ଦିଲ୍ଲୀରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଭୟ ବଢାଉଛି ମଙ୍କିପକ୍ସ। ଦିଲ୍ଲୀରେ ବାସ କରୁଥିବା ଜଣେ ନାଇଜେରିଆନ୍‍ ବ୍ୟକ୍ତି ମଙ୍କିପକ୍ସରେ ଆକ୍ରାନ୍ତ ବୋଲି ଖବର ମିଳିଛି। ଉକ୍ତ ବ୍ୟକ୍ତିଙ୍କୁ ମିଶାଇ ଦିଲ୍ଲୀରେ ୩ ଜଣ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଚିକିତ୍ସା ଜାରି ରହିଛି। ଏହାସହ ଦେଶରେ ମୋଟ ୮ ଜଣ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇସାରିଛନ୍ତି। ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିକଟରୁ ଏନେଇ ସୂଚନା ମିଳିଛି।

Comments are closed.