ଶିକ୍ଷୟିତ୍ରୀଙ୍କ ଅକାଳ ବିୟୋଗରେ ଶୋକାକୂଳ ପରିବେଶ 

ନର୍ଲା :ଆଜି ପୂର୍ବାହ୍ନ ସାଢେ ୯ଟା ସମୟରେ ନର୍ଲାସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଇଂରାଜୀ ଶିକ୍ଷୟିତ୍ରୀ ଆର୍ୟ୍ୟା କୁମାରୀ ପ୍ରାଚୀ ପ୍ରଭାଙ୍କ ମର ଶରୀର ନିଜ ଗାଁ ତୁଳାପଡାରେ ଆମ୍ବୁଲାନ୍ସ ଯୋଗେ ପହଞ୍ଚିଛି । ଗତ ରବିବାର ଦିନ ସେ ଅସୁସ୍ଥ ଅନୁଭବ କରିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣାକୁ ଯାଇଥିଲେ । ତାଙ୍କର ଅବସ୍ଥା ଗୁରୁତର ବୋଲି କହି ଡାକ୍ତର ତାଙ୍କୁ ଭୁବନେଶ୍ବରକୁ ନେବା ପାଇଁ ପରାମର୍ଶ ଦେବାରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଭୁବନେଶ୍ୱର ପହଞ୍ଚିବା ପୂର୍ବରୁ ସେ ଫୁଲବାଣୀ ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା। ସେଠାରୁ ତାଙ୍କୁ ନେଇ ଆମ୍ବୁଲାନ୍ସ ଯୋଗେ ଘରକୁ ଅଣାଯାଇଥିଲା। ଶିକ୍ଷୟିତ୍ରୀ ଜଣକ ଅତ୍ୟନ୍ତ ନମ୍ର,ମେଳାପୀ, ମିଷ୍ଠଭାସିନୀ ଓ କର୍ତ୍ତବ୍ୟନିଷ୍ଠ ଥିଲେ ବୋଲି ଆଦର୍ଶ ବିଦ୍ୟାଳୟର କର୍ମଚାରୀ ଓ ଅଭିଭାବକ ମାନେ ମତ ପ୍ରକାଶ କରିଛନ୍ତି । ଆର୍ୟ୍ୟାଙ୍କ ମୃତ୍ୟୁରେ ବିଶେଷ କରି ଛାତ୍ରଛାତ୍ରୀ ମାନଙ୍କ ମନରେ ଗଭୀର ଶୋକ ପ୍ରକାଶ ପାଇଛି । ତାଙ୍କ ମରଶରୀରକୁ ଦର୍ଶନ କରିବା ପାଇଁ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ଆସି ପହଞ୍ଚିଛନ୍ତି । ଘଟଣାରେ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି ।

Comments are closed.