ମାହାଙ୍ଗାରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦବୋଧନ

କଟକ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୬ଟି ଯୋଜନାର ଲାଭାର୍ଥୀମାନଙ୍କ କଥାବାର୍ତ୍ତା ଅବସରରେ ଶିମଲା ଠାରେ ମୁଖ୍ୟ କାର୍ଯ୍ୟକ୍ରମରେ କୃଷକ ମାନଙ୍କ ପାଇଁ ୧୧ ତମ କିସ୍ତି ଦେଇଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ କେନ୍ଦ୍ର ମନ୍ତ୍ରୀମାନଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । କଟକ ଜିଲା ମାହାଙ୍ଗାରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦବୋଧନ ଦେଇଛନ୍ତି ।
ଏହି ଅବସରରେ କଟକ ମାହାଙ୍ଗା ବରାହିପୁର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ସୁଶାସନର ୮ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ‘ଗରିବ କଲ୍ୟାଣ ସମ୍ମେଳନ’ର ସିଧାପ୍ରସାରଣକୁ ହଜାର ହଜାର ସମବେତ ଜନତାଙ୍କ ସହ ଦେଖିବାର ସୁଯୋଗ ପାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଆଶୀର୍ବାଦ ଦେବା ପାଇଁ ଏକାଠୀ ହୋଇଥିବା ଚାଷୀ ଭାଇ ଭଉଣୀ ମାନଙ୍କୁ ସାଧୁବାଦ ଜଣାଇଛନ୍ତି । ମାହାଙ୍ଗା ହେଉଛି ଓଡ଼ିଶାର ସଂସ୍କୃତି, ପରମ୍ପରାର ଏକ ପ୍ରମୁଖ ସ୍ଥଳୀ। କର୍ମବୀର ଗୌରୀଶଙ୍କର ରାୟ,ଗଣକବି ବୈଷ୍ଣବ ପାଣିଙ୍କ ଜନ୍ମସ୍ଥାନ। ଏପରି ପବିତ୍ର ସ୍ଥାନରେ ଚାଷୀ ଭଉଣୀ ରୁକମଣୀ ନାୟକ,ଭାଇ ଉଧବ ଚରଣ ପାଢ଼ି,ଭରତ ଜେନା,ଅପର୍ଣ୍ଣା ସେଠୀ, କମଳ ଲୋଚନ ମଲ୍ଲ, ମନୋଜ କୁମାର ନନ୍ଦଙ୍କୁ ସମ୍ବର୍ଦ୍ଧିତ କରି ଆନନ୍ଦିତ ହୋଇଛନ୍ତି । ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଆଜି ଭାରତବର୍ଷର ୧୦ କୋଟିରୁ ଅଧିକ କୃଷକ ମାନଙ୍କୁ ୨୧,୦୦୦ କୋଟିରୁ ଅଧିକ ଟଙ୍କା ପିଏମ୍ ‘କିଷାନ ସମ୍ମାନ ନିଧି’ର ୧୧ତମ କିସ୍ତି ହସ୍ତାନ୍ତର କରିଛନ୍ତି । ଓଡ଼ିଶାର ୩୨.୯୮ ଲକ୍ଷ ପଞ୍ଜିକୃତ ଚାଷୀ ଭାଇ ଭଉଣୀ ବ୍ୟାଙ୍କ୍ ଖାତାରେ ୭୦୩.୪୬ କୋଟି ଟଙ୍କା ପାଇ ଲାଭବାନ ହୋଇଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ।
ଆଜି ଆମେ ସମସ୍ତେ ମୋଦି ସରକାରଙ୍କ ୮ ବର୍ଷ ସେବା, ସୁଶାସନ ଓ ଗରିବ କଲ୍ୟାଣ ପର୍ବର ସାକ୍ଷୀ ହୋଇଛୁ । ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବା ଠାରୁ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ଦୀର୍ଘ ୨୦ ବର୍ଷ ଯାତ୍ରାରେ କୃଷିର ବିକାଶ ଓ କୃଷକଙ୍କ କଲ୍ୟାଣ ପାଇଁ ସର୍ବଦା ପ୍ରଧାନମନ୍ତ୍ରୀ ବଦ୍ଧପରିକର ।  ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ଶପଥ କରି କହିଥିଲେ’ମୋ ସରକାର ଗରିବ, କୃଷକ, ମହିଳା,ଦଳିତ, ବଂଚିତ,ଜନଜାତିଙ୍କ ପାଇଁ ସମର୍ପିତ ରହିବ’। ଆବାସ ଯୋଜନାରେ ପକ୍କା ଘର,କିଷାନ ସମ୍ମାନ ନିଧିରେ ଚାଷୀଙ୍କୁ ଟଙ୍କା,ସ୍ୱଚ୍ଛ ଭାରତ ମିଶନରେ ଶୌଚାଳୟ, ଉଜ୍ଜ୍ୱଳାରେ ଗ୍ୟାସ, କରୋନା ସମୟରେ #PMGKAY  ପ୍ରଧାନମନ୍ତ୍ରୀଙ୍କ ଶପଥର ପ୍ରତିଫଳନ । ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶ ସିମଲାରେ ‘ଗରିବ କଲ୍ୟାଣ ସମ୍ମେଳନ’ରେ କହିଛନ୍ତି, “ସରକାର ଏବେ ଦେଶର ସେବକ,ଜନତା ଜନାର୍ଦ୍ଦନଙ୍କ ସେବକ । ଆଜି ସରକାରୀ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବରେ ଗରିବଙ୍କ ସହ ଯୋଡ଼ାଯାଇଛି”। ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ତ୍ତା ଦେଶର ଗରିବ ଓ ସମାଜ ଅନ୍ତିମ ଶ୍ରେଣୀର ବ୍ୟକ୍ତିଙ୍କ ଭାବନାକୁ ଜାଗ୍ରତ କରିଛି ।

Comments are closed.