ଟ୍ରଲରକୁ ଓଭରଟେକ୍‍ କରୁଥିଲା ବସ ; ଦୁର୍ଘଟଣା ଘଟି ପାଞ୍ଚ ମୃତ

କୋଟା : ରାଜସ୍ଥାନର କୋଟା-ବାରାନ୍‍ ୨୭ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ସକାଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ସ୍ଲିପର ବସ ଟ୍ରଲରକୁ ଓଭରଟେକ୍‍ କରିବା ସମୟରେ ଟ୍ରଲର ସହ ଧକ୍କା ହୋଇ ଓଲଟି ପଡିଛି। ଏହି ଦୁର୍ଘଟଣାରେ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଛି।
ସିମଲିୟା ଥାନା ଅଧିକାରୀଙ୍କ କହିବାନୁଯାୟୀ, ଏହି ବସଟି ଗୁଜରାଟର ରାଜକୋଟରୁ କାନପୁର ଯାଉଥିଲା। ଏହି ସମୟରେ ଭୋର ୪ଟା ସମୟରେ ଦୁର୍ଘଟଣା ଘଟିଛି। ବସରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣା ପରେ ୩ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟ ୨ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.