ଜି ଉଦୟଗିରି ପୁଲିସ ପକ୍ଷରୁ ସେଚ୍ଛାକୃତ ରକ୍ତ ଦାନ ଶିବିର

ଜି ଉଦୟଗିରି : ଜି ଉଦୟଗିରି ପୁଲିସ ସହାୟତାରେ ଆଜି ସ୍ଥାନୀୟ ଟାଉନ ହଲ ଠାରେ ସେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ ଭଳି ମହତ ଦାନରେ ୫୪ ଜଣ ରକ୍ତ ଦାତାଙ୍କ ଠାରୁ ଫୁଲବାଣୀ ରକ୍ତ ଭଣ୍ଡାର ଅଧିକାରି ଡ଼ ଜୟଦୀପ ଘୋଷଙ୍କ ତତ୍ତ୍ଵାବଧାନରେ କର୍ମଚାରୀ ଦୀନକୃଷ୍ଣ ମହନ୍ତ ପ୍ରଶାନ୍ତ କୁମାର ରତ୍ନାଲୁ, ସୁଜିତ କୁମାର ସାହୁ ଓ ବରୁଣ ବେହେରା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ। ଉକ୍ତ ରକ୍ତଦାନ ଶିବିରରେ ଉପଖଣ୍ଡ ପୁଲିସ ଅଧିକାରୀ ଡ଼ ତିରୁପତି ରାଓ ପଟ୍ଟନାୟକ ,ଜିଲ୍ଲା ପୁଲିସର ରକ୍ତଦାନ ଶିବିର ଦାୟିତ୍ୱରେ ଥିବା ନୋଡାଲ ଅଫିସର ତଥା ଡି ଏସ ପି ସୁନିଲ କୁମାର ନାୟକ, ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ, ଫୁଲବାଣୀ ରକ୍ତଦାନ ସମିତିର ସଂପାଦକ ତଥା ବିଶିଷ୍ଟ ରକ୍ତଦାତା ପ୍ରଶାନ୍ତ କୁମାର ବେହେରା,ଏସ ଆଇ ଅନନ୍ତ କୁମାର ପ୍ରଧାନ,ପୂର୍ବତନ ଏନ୍ ଏ ସି ଅଧକ୍ଷ ପି ସଞ୍ଜୀବ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହୋଯୋଗ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।
Comments are closed.