MEllora 950×100

ଶୀତଦିନେ ମଧୁମେହ ରୋଗୀ ଖାଦ୍ୟରେ ସାମିଲ କରୁଥିଲେ ଏହି ଜିନିଷ.. ସାବଧାନ୍‍

ଶୀତଦିନ ଆସିବା ମାତ୍ରେ ଶରୀରରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ହୋଇଥାଏ । ଶରୀରର ଉଷ୍ଣତା ପାଇଁ କିଛି ସ୍ୱତନ୍ତ୍ର ଜିନିଷର ମଧ୍ୟ ସେବନ କରିବାକୁ ପଡିଥାଏ । ତେଣୁ ଶୀତଦିନେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଡାଏଟ୍‍ର ମଧ୍ୟ ମହତ୍ତ୍ୱପୂର୍ଣ ଭୂମିକା ରହିଛି । ତେଣୁ ଶୀତ ଦିନେ ନିଜ ଡାଏଟ୍‍ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ଜାଣନ୍ତୁ..
ମାତ୍ର ଏଭଳି କିଛି ଖାଦ୍ୟ ରହିଛି, ଯାହାର ଅଧିକ ସେବନ ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଏହାସହ ଏହି ସମସ୍ତ ଖାଦ୍ୟ ଶରୀରରେ ଅନେକ ରୋଗର କାରଣ ପାଲଟିଥାଏ । ବିଶେଷ କରି ଯେଉଁମାନଙ୍କର ମଧୁମେହ, ହୃଦୟ ଜନିତ ସମସ୍ୟା ରହିଛି, ସେମାନେ ଶୀତଦିନେ ନିଜ ଖାଦ୍ୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ଉଚିତ । ଜାଣନ୍ତୁ..
ଶୀତଦିନେ ଧଳା ପାଉଁରୁଟି, ଅଧିକ ଭାତ ଓ ପାସ୍ତାର ସେବନ ମଧୁମେହ ରୋଗୀଙ୍କ ପାଇଁ କ୍ଷତିକାରକ । ଏକ ଅଧ୍ୟୟନ ଅନୁଯାୟୀ, ଧଳା ପାଉଁରୁଟି, ଅଧିକ ଭାତ ଓ ପାସ୍ତାରେ ଅଧିକ ମାତ୍ରାରେ କାର୍ବୋହାଇଡେଟ ରହିଛି । ଏହାସହ ଏହିସବୁ ଖାଦ୍ୟ ପ୍ରକ୍ରିୟାକୃତ ଖାଦ୍ୟ (ପ୍ରୋସେଷ୍ଟ ଫୁଡ୍‍) ହୋଇଥିବାରୁ ମଧୁମେହ ରୋଗୀଙ୍କ ପାଇଁ ଏହା ହାନୀକାରକ ହୋଇଥାଏ ।
ଅଧିକ ଧଳା ଭାତର ସେବନ (ଅରୁଆ ଚାଉଳ) ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି କରିଥାଏ । ଅଧିକ କାର୍ବୋହାଇଡ୍ରେଟ ଥିବା ଖାଦ୍ୟ ଯେପରି ଧଳା ଭାତ, ଚିନି କିମ୍ବା ମିଠା ଆଦି ଶୀତଦିନେ ଅଧିକ ସେବନ କଲେ ମସ୍ତିଷ୍କ କାର୍ଯ୍ୟ କରିବାର କ୍ଷମତାକୁ ଧିମା କରିଥାଏ ।
ଶୀତଦିନେ ମଟନ ଓ ପ୍ରକ୍ରିୟାକୃତ ଖାଦ୍ୟ (ପ୍ରୋସେଷ୍ଟ ଫୁଡ୍‍) ସେବନ କରିବା ମଧୁମେହ ରୋଗୀଙ୍କ ପାଇଁ ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି କରିଥାଏ । ଏହି ୨ ପ୍ରକାର ଖାଦ୍ୟ ହଜମ ହେବାକୁ ଅଧିକ ସମୟ ଲାଗିଥାଏ । ସାଧାରଣତଃ ଥଣ୍ଡା ଲାଗିବା କାରଣରୁ ଏହି ଦିନେ ସଠିକ ଭାବେ ସଭିଏଁ ବ୍ୟାୟାମ କରିନଥାଆନ୍ତି । ଫଳରେ ସତେଜ ମଧ୍ୟ ଅନୁଭବ ହୋଇନଥାଏ । ଆଳସ୍ୟ ଅନୁଭବ ହୋଇଥାଏ । ଏହି କାରଣରୁ ଖାଦ୍ୟ ସଠିକ ଭାବେ ହଜମ ହୋଇପାରିନଥାଏ । ମୋଟାପଣ ମଧ୍ୟ ବୃଦ୍ଧି ପାଇଥାଏ ।
ଶୀତଦିନେ ଫ୍ରିଜରେ ରଖିଥିବା ଖାଦ୍ୟ ସେବନ କରିବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏହା ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିବା ସହ ଅନେକ ରୋଗ ସୃଷ୍ଟି କରିଥାଏ । ଫ୍ରିଜରେ ଥିବା ଦହି, ଫଳ, ମୃଦୁପାନୀୟ ଭଳି ଖାଦ୍ୟର ସେବନ କରନ୍ତୁ ନାହିଁ ।
ଅଧିକ ଲୁଣର ସେବନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁଯାୟୀ, ଗୋଟିଏ ଦିନରେ ୩ ଗ୍ରାମରୁ ଅଧିକ ଲୁଣର ସେବନ ହୃଦୟ ଜନିତ ସମସ୍ୟା ଠାରୁ ମସ୍ତିଷ୍କ ଉପରେ କୁପ୍ରଭାବ ପକାଇଥାଏ । ବିଶେଷ କରି ଶୀତଦିନେ ଅଧିକାଂଶ ଲୋକେ ଚଟପଟା ଓ ଲୁଣିଆ ଖାଦ୍ୟ ଖାଇବାକୁ ଅଧିକ ପସନ୍ଦ କରିଥାଆନ୍ତି । ଏହି ସମୟରେ ଅଧିକ ପିଜ୍ଜା ସେବନ ମଧ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ।

Comments are closed.