ବସ୍ତ୍ର ରଙ୍ଗ କରିଥାଏ ଭାଗ୍ୟ ପରିବର୍ତ୍ତନ

ପ୍ରତ୍ୟେକ ଦିନ ପରିଷ୍କାର ଓ ସ୍ୱଚ୍ଛ ବସ୍ତ୍ର ପରିଧାନ କରିବା ଦ୍ୱାରା ଗ୍ରହଙ୍କ ଶୁଭ ପ୍ରଭାବ ମିଳିଥାଏ। ତେବେ ଜ୍ୟୋତିଷ ଓ ବାସ୍ତୁ ଅନୁଯାୟୀ କେଉଁ ଦିନ କେଉଁ ରଙ୍ଗର ବସ୍ତ୍ର ପିନ୍ଧିବେ ଜାଣନ୍ତୁ…….
ରବିବାର ଦିନ ଭଗବାନ ବିଷ୍ଣୁ ଓ ସୂର୍ଯ୍ୟଦେବତାଙ୍କୁ ସମର୍ପିତ। ଏହି ଦିନ ଗୋଲାପି,ନାରଙ୍ଗୀ, କମଳା ଓ ସୁନେଲି ରଙ୍ଗର ବସ୍ତ୍ର ପିନ୍ଧିପାରିବେ। ଏହାଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବା ସହ ଆତ୍ମବିଶ୍ୱାସ ବୃଦ୍ଧି ପାଇ ଶୁଭଫଳ ମିଳିଥାଏ।
ସୋମବାର – ସୋମବାର ଭଗବାନ ଶିବ ଶଙ୍କର ଓ ଚନ୍ଦ୍ରଙ୍କୁ ସମର୍ପିତ। ଏହି ଦିନ ଧଳା, ହାଲକା ମାଟିଆ, ରୁପେଲି ରଙ୍ଗ ଆଦି ବସ୍ତ୍ର ଧାରଣ କରି ପାରିବେ। ଗୋଲାପି,ହାଲକା ନୀଳ,ହାଲକା ହଳଦିଆ ମଧ୍ୟ ପିନ୍ଧିପାରିବେ। ଏହାଦ୍ୱାରା ମାନସିକ ଶାନ୍ତି, ସୁଖ ଓ ସମୃଦ୍ଧି ଆଦି ଆସିଥାଏ। ଭଗବାନଙ୍କ ଆଶୀର୍ବାଦ ମିଳିଥାଏ।
ମଙ୍ଗଳବାର – ଏହି ଦିନ ପ୍ରଭୁ ହନୁମାନ ଓ ମଙ୍ଗଳଦେବଙ୍କୁ ସମର୍ପିତ। ଏହିଦିନ କମଳା, ହଳଦିଆ, ସିନ୍ଦୁର ଆଦି ରଙ୍ଗର ବସ୍ତ୍ର ପିନ୍ଧିପାରିବେ। ଏହାଦ୍ୱାରା ଜୀବନରେ ଉତ୍ସାହ, ସାହସ ଆଦି ଆସିବା ସହ ରକ୍ତଚାପ ନିୟନ୍ତ୍ରିତ ହୋଇ ରହିଥାଏ।
ବୁଧବାର – ଏହି ଦିନ ପ୍ରଭୁ ଗଣେଶ ଓ ବୁଧଦେବଙ୍କୁ ସମର୍ପିତ। ଏହି ଦିନ ସବୁଜ ରଙ୍ଗର ବସ୍ତ୍ର ଧାରଣ କରିବା ଦ୍ୱାରା ଶାନ୍ତି, ସମ୍ପନ୍ନତା, ଜ୍ଞାନ ଆଦି ବୃଦ୍ଧି ହେବା ସହ ଶୁଭଫଳ ପ୍ରାପ୍ତି ହୋଇଥାଏ।
ଗୁରୁବାର – ଏହି ଦିନ ମା’ଲକ୍ଷ୍ମୀ ଓ ବୃହସ୍ପତିଙ୍କୁ ସମର୍ପିତ। ହଳଦିଆ, ନାରଙ୍ଗୀ, କମଳା ଆଦି ରଙ୍ଗର ବସ୍ତ୍ର ପିନ୍ଧିପାରିବେ। ଏହାଦ୍ୱାରା ଜୀବନରେ ସୁଖଶାନ୍ତି,ସମୃଦ୍ଧି ପ୍ରାପ୍ତି ହୋଇଥାଏ। ଆୟୁଷ ବୃଦ୍ଧି ସହ ସନ୍ତାନ ସୁଖ ମିଳିଥାଏ।
ଶୁକ୍ରବାର – ଏହି ଦିନ ଶୁକ୍ରଦେବଙ୍କ ସହ ମା’ଲକ୍ଷ୍ମୀଙ୍କୁ ସମର୍ପିତ। ଏହି ଦିନ ଧଳା, ଗୋଲାପି ଆଦି ରଙ୍ଗର ବସ୍ତ୍ର ପିନ୍ଧିବା ଦ୍ୱାରା ଧନ,ସମୃଦ୍ଧି,ଐଶ୍ୱର୍ଯ୍ୟ ଆଦି ବୃଦ୍ଧି ହୋଇଥାଏ।
ଶନିବାର – ଏହି ଦିନ ଭଗବାନ ଶନିଦେବ ଓ ଯମରାଜଙ୍କୁ ସମର୍ପିତ। କଳା, ନୀଳ, ଗାଢ ସବୁଜ, ବାଇଗଣୀ ଆଦି ରଙ୍ଗର ବସ୍ତ୍ର ପିନ୍ଧିବା ଉଚିତ। ଏହାଦ୍ୱାରା ଆତ୍ମବିଶ୍ୱାସ ବୃଦ୍ଧି ସହ ଶୁଭଫଳ ମିଳିଥାଏ। ଆଶୀର୍ବାଦ ପ୍ରାପ୍ତି ହୋଇଥାଏ।

 

Comments are closed.