ବୁଥ୍ ଭଙ୍ଗା,ରେଗିଂ ଘଟଣାରେ ପୂର୍ବତନ ସରପଞ୍ଚ ଗିରଫ

ଧାମନଗର: ବୁଥ୍ ଭଙ୍ଗା ଓ ରେଗିଂ ଘଟଣାରେ ପୂର୍ବତନ ସରପଞ୍ଚଙ୍କୁ ଶୁକ୍ରବାର ଗିରଫ କରାଯାଇଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ପଧାନୀ ପଞ୍ଚାୟତରେ ତ୍ରିସ୍ତରୀୟ ନିର୍ବାଚନ ସମୟରେ ଦାସପାରୀ ବୁଥ୍ ରେ ମନ ଇଚ୍ଛା ଭୋଟ ଦେବା ଓ ରେଗିଂ ସହ ବୁଥ୍ ଭଙ୍ଗା ଘଟଣା ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଏହା ପରେ ଉକ୍ତ ବୁଥ୍ ରେ ପୁନର୍ବାର ମତ ଦାନ ମଧ୍ୟ ହୋଇ ଥିଲା। ଏହି ଘଟଣାକୁ ନେଇ ପୂର୍ବତନ ସରପଞ୍ଚ କ୍ଷୀରୋଦ ଜେନାଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଥିଲା। ତେବେ ଏହି ଘଟଣାକୁ ତିନି ମାସ ବିତିଯାଇଥିଲେ ମଧ୍ୟ ଆଜି ଧାମନଗର ପୁଲିସ ତାଙ୍କୁ ଗିରଫ କରିଥିବା ବେଳେ ପରେ କୋର୍ଟ ଚାଲାଣ କରିଛି ।

Comments are closed.