ଆସୁଛି ଆଉ ଏକ ବାତ୍ୟା !

ଭୁବନେଶ୍ୱର : ପୁଣି ଆସୁଛି ଆଉ ଏକ ବାତ୍ୟା । ବଙ୍ଗୋପସାଗର ବାତ୍ୟା। ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା। ବାତ୍ୟା ସମ୍ଭାବନା ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି। ସୃଷ୍ଟି ହୋଇଥିବା ଲଘୁଚାପ କାଲି ଅବପାତର ରୂପ ନେବ। ଅବପାତର ରୂପ ନେଇ ଉତ୍ତର-ପଶ୍ଚିମ-ଉତ୍ତର ଦିଗକୁ ଗତି କରିବା ପରେ କାଳକ୍ରମେ ଅବପାତଟି ଏକ ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ କହିଛି। ବାତ୍ୟାର ରୂପ ନେଇ ୮ ତାରିଖ ସୁଦ୍ଧା ଉପକୂଳ ଛୁଇଁବା ନେଇ ସମ୍ଭାବନା ରହିଛି। ଏହା ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ର ମଧ୍ୟରେ ଉପକୂଳ ଛୁଇଁପାରେ। ତେବେ ଏହାର ପ୍ରଭାବ ଓଡିଶା ଉପରେ କ’ଣ ରହିବ ସେନେଇ ଏଯାଏଁ କୌଣସି ସ୍ପଷ୍ଟତା ମିଳିନାହିଁ।
Comments are closed.