ଖାତକୁ ଖସିଲା ବୋଲେରୋ; ୧୦ ବରଯାତ୍ରୀ ମୃତ

ଶିମଲା: ହିମାଚଳ ପ୍ରଦେଶରେ ସିରମୋର ଜିଲ୍ଲାରେ ସୋମବାର ଏକ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଗାଡ଼ି ଗଭୀର ଖାତକୁ ଖସିଯିବାରୁ ୧୦ ବରଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଶିଲାଇ ଉପଖଣ୍ଡ ମାଜିଷ୍ଟ୍ରେଟ୍ ସୁରେଶ ସିଙ୍ଘାଙ୍କ କହିବା ଅନୁସାରେ, ବରଯାତ୍ରୀଙ୍କୁ ନେଇ ଯାଉଥିବା ବୋଲେରୋ ଶିଲାଇର ପାଶୋଙ୍ଗ ପାଖରେ ଥିବା ଏକ ଗଭୀର ଖାତରେ ଖସି ପଡ଼ିଛି। ଏହି ସ୍ଥାନଟି ପାଓଣ୍ଟା ସାହିବ ଓ ଶିଲାଇ ଉପଖଣ୍ଡ ସୀମାରେ ଅବସ୍ଥିତ।

ଶିଲାଇ ଏସଡିଏମ୍ କହିଛନ୍ତି, ଘଟଣାସ୍ଥଳରେ ୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଡାକ୍ତରଖାନା ଯିବା ରାସ୍ତାରେ ପ୍ରାଣ ହରାଇଛନ୍ତି। ବୋଲେରେ ମୋଟ ୧୨ଜଣ ଯାତ୍ରୀ ଥିଲେ ।

Comments are closed.