କନ୍ଧମାଳ ଜିଲାରେ ଶନିବାର ଶୂନ ଆକ୍ରାନ୍ତ

ଫୁଲବାଣୀ: କନ୍ଧମାଳ ଜିଲାରେ ଶନିବାର କୌଣସି କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ତେବେ ଚିକିତ୍ସାଧୀନ ରହିଥିବା ବ୍ୟକ୍ତିଙ୍କ ସଂଖ୍ୟା ୫ ରହିଛି। ଆଜି ସୁଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୫୯୧୬ ରହିଥିବା ବେଳେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୫୮୭୮ ରହିଛି। ୩୩ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି। କିଛି ଦିନ ଧରି କ୍ରମାଗତ ଭାବେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏକ କିମ୍ବା ଶୂନରେ ସୀମିତ ରହିଛି। ତେଣୁ ମହାମାରୀର ପ୍ରଭାବ ହ୍ରାସ ପାଉଥିବା ଅନୁମାନ କରାଯାଉଛି। ତେବେ ଏହି ମହାମାରୀ ସଂପୂର୍ଣ୍ଣ ଦୂର ନ ହେବା ପର୍ଯ୍ୟନ୍ତ ସମସ୍ତଙ୍କୁ କରୋନା କଟକଣାକୁ ମାନି ଚଳିବାକୁ ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

Comments are closed.