​‌ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି : ଗତ ୨୪ ଘଣ୍ଟାରେ ଦୈନିକ ସର୍ବାଧିକ ୨୪ ହଜାର ୮୫୦ ନୂଆ ଆକ୍ରାନ୍ତ ଚିହ୍ନଟ, ୬୧୩ ମୃତ

ନୂଆଦିଲ୍ଲୀ : ଭାରତରେ କରୋନା ସ୍ଥିତି ଭୟଙ୍କର ହେବାରେ ଲାଗିଛି । ଦିନକୁ ଦିନ ସ୍ଥିତି ଗମ୍ଭୀର ହେବା ସହ ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ଦୈନିକ ସଂକ୍ରମଣ ଦିନକୁ ଦିନ ରେକର୍ଡ ସଂଖ୍ୟାରେ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୨୪ ହଜାର ୮୫୦ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ୬୧୩ ରୋଗୀ ପ୍ରାଣ ହରାଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ  ୪୮ ହଜାରରୁ ଉର୍ଦ୍ଧ୍ବ ନମୂନା ପରୀକ୍ଷଣା କରାଯାଇଛି। ସେଥି ମଧ୍ୟରୁ ୨୪ ଘଣ୍ଟାରେ ୨୪ ହଜାର ୮୫୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ କରୋନା ସଂକ୍ରମତିଙ୍କ ସଂଖ୍ୟା ୬ ଲକ୍ଷ ୭୩ ହଜାର ୧୬୫କୁ ବୃଦ୍ଧି ପାଇଛି । ଦେଶରେ ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୯ ହଜାର ୮୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୯ ହଜାର ୨୮୩ ଜଣ ମହାମାରୀ କରୋନାରେ ମୃତ୍ୟୁ ବରଣ କରିଛନ୍ତି। ସେହିପରି ଦେଶରେ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୪୪ ହଜାର ୮୧୪ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିିକିତ୍ସିତ ହେଉଛନ୍ତି ।

Comments are closed.