୬୦୦୦ଭିଆଇପିଙ୍କ ଗହଣରେ କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ସମାରୋହ

0

ବେଙ୍ଗାଲୁରୁ: କର୍ଣ୍ଣାଟକରେ ନୂଆ ରାଜନୈତିକ ସମୀକରଣ ଚୂଡ଼ାନ୍ତ ରୂପରେଖ ନେବାକୁ ଯାଉଛି। ଏଥିପାଇଁ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ଏହି ସମାରୋହରେ କଂଗ୍ରେସ ଓ ଜେଡିଏସ ସମେତ ଅନ୍ୟାନ୍ୟ ରାଜନୈତିକ ଦଳ ମଧ୍ୟ ବିପୁଳ ସଂଖ୍ୟାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଭଳି ପ୍ରକ୍ରିୟାକୁ ବିଜେପି ବିରୋଧରେ ଅନ୍ୟାନ୍ୟ ରାଜନୈତିକ ଦଳର ସମାରୋହ ବୋଲି ରାଜନୈତିକ ସମୀକ୍ଷକମାନେ ତୁଳନା କରୁଛନ୍ତି। ଆନ୍ଧ୍ରପ୍ରଦେଶର ଚନ୍ଦ୍ରବାବୁ ନାଇଡ଼ୁ ବେଙ୍ଗାଲୁରୁରେ ପହଞ୍ôଚ ଯାଇଛନ୍ତି। ସେହିପରି ତେଜସ୍ୱୀ ଯାଦବ, ମାୟାବତୀ, ମମତା ବେନାର୍ଜୀ ମଧ୍ୟ ବେଙ୍ଗାଲୁରୁରେ ପହଞ୍ôଚଛନ୍ତି। ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମଧ୍ୟ ଟ୍ୱିଟ୍‍ କରି କୁମାରସ୍ୱାମୀଙ୍କୁ ଅଭିବାଦନ ଜଣାଇଛନ୍ତି। ସେହିପରି ଅଖିଳେଶ ଯାଦବ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ। କମଲ ହାସନ ମଧ୍ୟ ୩ଟାରେ ବେଙ୍ଗାଲୁରୁ ପହଞ୍ଚୁଛନ୍ତି। ଅପରପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧି ମଧ୍ୟ ଏହି ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ଅଛି।
ଆଜି ଶପଥ ଗ୍ରହଣ ଉତ୍ସବ ସମ୍ପନ୍ନ ହେଲେ ମଧ୍ୟ ୨୪ମେରେ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣିତ କରିବେ। ସଂଖ୍ୟାଗରିଷ୍ଠତା ପ୍ରମାଣିତ ହେବା ପରେ କୁମାରସ୍ୱାମୀଙ୍କ ନେତୃତ୍ୱରେ ମନ୍ତ୍ରିମଣ୍ଡଳର ବିସ୍ତାର ହେବ। କଂଗ୍ରେସର ୨୨ ଓ ଜେଡିଏସର ୧୨ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ ବୋଲି ଶୁଣିବାକୁ ମିଳୁଛି। ଉଭୟ କଂଗ୍ରେସ ଓ ଜେଡିଏସ ମଧ୍ୟରେ ମେଣ୍ଟ ହୋଇଥିଲେ ମଧ୍ୟ ଶପଥ ଗ୍ରହଣ ସମାରୋହରେ ଉଭୟ ଦଳ ମଧ୍ୟରେ ଭିଆଇପି ଆସନକୁ ନେଇ ପ୍ରତିଯୋଗିତା ଦୃଶ୍ୟମାନ ହେଉଛି। ଅଧ୍ୟାବଧି ୬୦୦୦ଭିଆଇପିଙ୍କୁ ଉଭୟ ଦଳ ଆମନ୍ତ୍ରିତ କରିଛନ୍ତି। ତଥାପି ଉଭୟଙ୍କ ମଧ୍ୟରେ ଅତିଥି ଡ଼ାକିବାର ପ୍ରତିଯୋଗିତା ଦୃଶ୍ୟମାନ ହେଉଛି।

Leave A Reply