୫ ରାଜ୍ୟ ଓ ବିଜେପିକୁ ସୁପ୍ରିମକୋର୍ଟ ନୋଟିସ୍‍

0

ନୂଆଦିଲ୍ଳୀ: ସରକାରୀ ଖର୍ଚ୍ଚରେ ରାଜନୈତିକ ବିଜ୍ଞାପନ ଓ ପ୍ରଚାର ଅଭିଯୋଗରେ ଆଜି ସୁପ୍ରିମକୋର୍ଟ ୫ଟି ରାଜ୍ୟ ଓ ବିଜେପିକୁ ନୋଟିସ ଜାରି କରିଛନ୍ତି। ସେହିସବୁ ରାଜ୍ୟ ମଧ୍ୟରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡ଼ଖଣ୍ଡ ଓ ତେଲେଙ୍ଗାନା ରହିଛନ୍ତି। ସୂଚନାଯୋଗ୍ୟ, ସରକାରୀ ଖର୍ଚ୍ଚ ବା ରାଜକୋଷ ଅର୍ଥରେ କୌଣସି ଦଳ ସେମାନଙ୍କ ପ୍ରଚାର ପ୍ରସାର କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। କିନ୍ତୁ କେତେକ ରାଜ୍ୟ ଏହି ନିର୍ଦେଶର ଅନୁପାଳନ କରୁନାହାନ୍ତି ବୋଲି ଅଭିଯୋଗ ଆସିଥିଲା। ଆମ୍‍ ଆଦ୍‍ମୀ ପାର୍ଟି ବିଧାୟକ ସଞ୍ଜିବ ଝା ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ। ବିଜେପି ଓ ବିଜେପି ଶାସିତ ରାଜ୍ୟଗୁଡ଼ିକ ସୁପ୍ରିମକୋର୍ଟଙ୍କ ନିର୍ଦେଶର ଉଲ୍ଲଂଘନ କରୁଥିବା ସେ ତାଙ୍କ ଆବେଦନରେ ଦର୍ଶାଇଥିଲେ। ଆବେଦନକୁ ବିଚାରକୁ ନେଇ ସୁପ୍ରିମକୋର୍ଟ ଏହି ନୋଟିସ ଜାରି କରିଛନ୍ତି।

Leave A Reply