୫୦୦ ଗୁପ୍‍ଚୁପ୍‍ ଠେଲା ଉପରେ ଚଢଉ,୫୫୦କିଲୋ ସାମଗ୍ରୀ ଜବତ୍‍:୭୧ହଜାର ଟଙ୍କା ଜୋରିମାନା

0

ସୁରଟ: ଗୁଜରାଟ ସୁରଟରେ ଗୁପ୍‍ଚୁପ୍‍ ଖାଇବାରୁ ଜନୈକ ହୀରା ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ସମଗ୍ର ରାଜ୍ୟରେ ଗୁପ୍‍ଚୁପ୍‍ ବ୍ୟବସାୟୀଙ୍କ ଉପରେ ଚଡ଼କ ପଡ଼ିଛି। ଶୁକ୍ରବାର ସହରର ୫୦୦ଟି ଗୁପ୍‍ଚୁପ୍‍ ଗାଡ଼ି ଉପରେ ଚଢଉ କରାଯିବା ସହ ସେମାନଙ୍କ ନିକଟରୁ ୫୫୦କିଲୋ ସାମଗ୍ରୀକୁ ଜବତ୍‍ କରିଛି ସ୍ୱାସ୍ଥ୍ୟ ବିଭାଗ। ଏହି ଚଢଉରେ ୬୧ଟି ସ୍ଥାନରୁ ଖାଇବା ତେଲକୁ ମଧ୍ୟ ଜବତ କରାଯାଇଛି। ଗୁପ୍‍ଚୁପ୍‍ରେ ବ୍ୟବହୃତ ପାଣି ପ୍ରଦ୍ୟୁଷିତ ବୋଲି ଅଭିଯୋଗ ହେବା ପରେ ଏହାକୁ ନେଇ ସମଗ୍ର ରାଜ୍ୟରେ ଚଢଉ ଜାରି ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦେଶ ଦେଇଛି। ବୁଧବାର ସୁରଟରେ ଜନୈତକ ହୀରା ବ୍ୟବସାୟୀଙ୍କ ମୃତ୍ୟୁ ଏଭଳି ଗୁପଚୁପ୍‍ ଖାଇବା ଦ୍ୱାରା ହୋଇଥିଲା ବୋଲି ଅଭିଯୋଗ ହୋଇଥିଲା। ତେବେ ହୀରା ବ୍ୟବସାୟୀଙ୍କ ମୃତ୍ୟୁର ପ୍ରକୃତ କାରଣ ଅଦ୍ୟାବଧି ମିଳି ନାହିଁ। ତଥାପି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୁରଟ ସମେତ ବଡୋଦରା, ରାଜକୋଟ, ଗାନ୍ଧୀନଗର ସମତେ ପ୍ରମୁଖ ସହର ଉପରେ ଏଭଳି ଚଢଉ ଜାରି ରହିଛି।

Leave A Reply