୩୪୧ଜଣ ଚାଷୀ ଅଟକ

0

କେନ୍ଦୁଝରଗଡ଼/ କେନ୍ଦୁଝର : ଚାଷୀଙ୍କୁ ପ୍ରାଇସ୍‍, ପ୍ରେଷ୍ଟିଜ୍‍ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଅକ୍ଟୋବର ୨୯ରୁ ନଭେମ୍ବର ୭ତାରିଖ ପର୍ଯ୍ୟନ୍ତ ପାଣିକୋଇଲି ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ଚାଷୀକୂଳ ପଦଯାତ୍ରାରେ ସାମିଲ ପାଇଁ ସୋମବାର ଜିଲାରୁ ୩୪୧ଜଣ ଚାଷୀ ରେଳ ଯୋଗେ ଯଖପୁରା ଅଭିମୁଖେ
ଯାତ୍ରା ପାଇଁ କେନ୍ଦୁଝରଗଡ ଷ୍ଟେସନରେ ପହଞ୍ଚିଥିଲେ। ତେବେ ବେଆଇନ ଶୋଭାଯାତ୍ରାରେ ସାମିଲ ପାଇଁ ଯାଉଥିବା ଏହି ସମସ୍ତ ଚାଷୀଙ୍କୁ କେନ୍ଦୁଝର ଟାଉନ ଥାନା ପୁଲିସ ସୋମବାର ଭୋରରୁ କେନ୍ଦୁଝରଗଡ ଷ୍ଟେସନରେ ପହଞ୍ଚି ଅଟକ ରଖିବାରେ ସକ୍ଷମ ହୋଇଛି। ଅଟକ ଛାଷୀଙ୍କ ମଧ୍ୟରୁ ୮୬ଜଣ ମହିଳା ଚାଷୀଙ୍କୁ ପୁଲିସ କଲ୍ୟାଣମଣ୍ଡପରେ ଏବଂ ଅବଶିଷ୍ଟ ୨୫୫ଜଣ ପୁରୁଷ ଚାଷୀଙ୍କୁ ପୁରୁଣାବଜାରସ୍ଥିତ ଓଏସଏପି ସେକେଣ୍ଡ ବାଟାଲିୟନ ପରିସରରେ ରଖାଯାଇଥିଲା। ଅପରାହ୍ନରେ ଅଟକ ସମସ୍ତ ଚାଷୀଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡି ଦିଆଯାଇଥିବା ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ ରଞ୍ଜନ କୁମାର ବିଶ୍ୱାଳ କହିଛନ୍ତି। ସୂଚନାଯୋଗ୍ୟ ଯେ, ଚାଷୀଙ୍କୁ ସମ୍ମାନ, କୃଷି ସମୃଦ୍ଧ ସ୍ୱାବଲମ୍ବୀ କେନ୍ଦୁଝର,
ଚାଷୀ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ, ୨୦ବର୍ଷରୁ ଊର୍ଦ୍ଧ୍ବ ପ୍ରତ୍ୟେକ ଚାଷୀଙ୍କୁ ମାସିକ ଅନ୍ୟୁନ ୫ହଜାର ଟଙ୍କା ସୁରକ୍ଷା ଭତ୍ତା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୟୁଣ୍ଟାଲ ପ୍ରତି ୨୯୩୦ଟଙ୍କା, ୩୦୦ଟଙ୍କା ବଦଳରେ ବାର୍ଦ୍ଧକ୍ୟ ଭତ୍ତା ୧୫୦୦ଟଙ୍କା ଆଦି ୨୧ଦଫା ଦାବିରେ ନବନିର୍ମାଣ କୃଷକ ସଙ୍ଗଠନର ୧୦ହଜାରରୁ ଊର୍ଦ୍ଧ୍ବ ଚାଷୀ ଗତ ସେପ୍ଟମ୍ବର ୨୪ ତାରିଖରେଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Leave A Reply