୨୬/୧୧ ଆତଙ୍କବାଦୀ ଆକ୍ରମଣ ମାମଲା: ପାକ୍‍ ସେନାର ଦୁଇ ଅଧିକାରୀଙ୍କ ବିରୋଧରେ ୱାରେଣ୍ଟ

0

ମୁମ୍ବଇ : ୨୬/୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣ ମାମଲାରେ ମୁମ୍ବଇର ଏକ ସେସନ କୋର୍ଟ ରବିବାର ପାକିସ୍ତାନୀ ସେନାର ଦୁଇ ଜଣ ଅଧିକାରୀଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଛନ୍ତି । ଲସ୍କର-ଇ-ତୋଇବାର ଆମେରିକା ନିବାସୀ ଆତଙ୍କବାଦୀ ଡେଭିଡ କୋଲମ୍ୟାନ ଡେଡ଼ଲିର ବୟାନକୁ ଭିତ୍ତି କରି ମୁମ୍ବଇର ସେସନ୍‍ କୋର୍ଟ ପାକ୍‍ ସେନାର ଦୁଇ ଅଧିକାରୀଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛି। ହେଡଲିଙ୍କ କହିବା ଅନୁସାରେ ପାକିସ୍ତାନ ସେନାର ମେଜର ଅବ୍ଦୁଲ ରହମାଶ ପାଶା ଏବଂ ମେଜର ଇକବାଲ ମୁମ୍ବଇ ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ସୂଚନା ଅନୁସାରେ ପାକ୍‍ ସେନା ଅଧିକ।।ରୀ ମେଜର ପାଶା ଅବସର ନେଇସାରିଛନ୍ତି। ମେଜର ଇକବାଲ ଏବେ ପାକିସ୍ତାନ ଗୁଇନ୍ଦା ବିଭାଗ ଆଇଏସ୍‍ଆଇ ପାଇଁ କାର୍ଯ୍ୟ କରୁଛନ୍ତି। ମାମଲାର ଆସନ୍ତା ଶୁଣାଣି ଫେବୃଆରୀ ୬ରେ ହେବ। ମୁମ୍ବଇ ପୁଲିସ୍‍ ମଧ୍ୟ ନିଜ ଅଭିଯୋଗଫର୍ଦରେ ମେଜର ପାଶା ଏବଂ ମେଜର ଇକବାଲଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଛନ୍ତି। ଅତିରିକ୍ତ ସେସନ୍‍ ଜଜ୍‍ ଏସ୍‍ଭି ୟାରଲଗାଦ୍ଦା ଜାନୁଆରୀ ୨୧ରେ ଆବେଦନକୁ ଗ୍ରହଣ କରିଥିଲେ। କୋର୍ଟ ଏବେ ଲସ୍କର-ଏ-ତୋଇବା ଆତଙ୍କବାଦୀ ସୈୟଦ ଜୈବୁଦ୍ଦିନ ଅନ୍ସାରୀ ଓରଫ ଅବୁ ଜୁନ୍ଦାଲ ମାମଲାର ଶୁଣାଣି କରୁଛି। ଚିନ୍ଦାଲ ୨୬/୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣ ମାମଲାରେ ସକ୍ରିୟ ଭୂମିକା ନିର୍ବାହ କରିଥିଲା ବୋଲି ଅଭିଯୋଗ ରହିଛି। ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ଡେଭିଡ କୋଲମେନ୍‍ ହେଡ଼ଲି ଏବେ ଆମେରିକା ଜେଲରେ ବନ୍ଦୀ ଅଛି। ସେ ୨୬/୧୧ ମାମଲାରେ ସରକାରୀ ସାକ୍ଷୀ ହୋଇଛନ୍ତି। ୨୦୧୬ରେ ସେ ଭିଡ଼ିଓ କନଫ୍ରେନ୍ସିଂ ଜରିଆରେ ନିଜ ବୟାନ ଦେଇଥିଲେ। ହେଡଲି କୋର୍ଟକୁ କହିଥିଲେ ଯେ ଆତଙ୍କବାଦୀ ଆକ୍ରମଣର ଯୋଜନା ପାକିସ୍ତାନ ସେନାର ଦୁଇ ଜଣ ଅଧିକାରୀ କରିଥିଲେ।

Leave A Reply