୨୪ ବର୍ଷ ତଳେ ଲାଗିଥିଲା ବିଶ୍ବର ପ୍ରଥମ କୃତ୍ରିମ ହୃଦ୍‌ଯନ୍ତ୍ର

0

୧୯୯୪ ଅଗଷ୍ଟ ୨୭ର ଘଟଣା। ଇଂଲଣ୍ଡର ୧୧ଜଣିଆ ବିଶେଷଜ୍ଞ ଦଳ ଆରମ୍ଭ କରିଥିଲେ ବିଶ୍ବର ପ୍ରଥମ କୃତ୍ରିମ ହୃଦ୍‌ଯନ୍ତ୍ର ପ୍ରତିରୋପଣ। ଗଣମାଧ୍ୟମର ଆଢ଼ୁଆଳରେ ହୋଇଥିବା ଏହି ଚିକିତ୍ସା କିନ୍ତୁ ପରେ ଚର୍ଚ୍ଚା ପରିସରକୁ ଆସିଥିଲା। ରୋଗୀ ଯେପରି ଭୟଭୀତ ନ ହେବ, ତାହା ହିଁ ଡାକ୍ତରୀଦଳଙ୍କ ମୁଖ୍ୟ ଲକ୍ଷ୍ୟ ଥିଲା। ୯ ଘଣ୍ଟାର ଅପରେସନ୍ ପରେ ଶେଷରେ ଡାକ୍ତରୀ ଦଳ ସଫଳ ହୋଇଥିଲେ। ଏହି ରୋଗୀଜଣକର ନାମ କେବେହେଲେ ଗଣମାଧ୍ୟମରେ ପ୍ରକାଶ କରାଯାଇନାହିଁ, ତେବେ ଅପରେସନ୍ ପରେ ସେ ୯ ବର୍ଷ ପର୍ଯ୍ୟନ୍ତ ସୁସ୍ଥ ଜୀବନ ଅତିବାହିତ କରିଥିବାର ପ୍ରକାଶ। ବ୍ୟାଟେରିଚାଳିତ ଏହି ହୃଦ୍‌ଯନ୍ତ୍ର ଟାଇଟାନିୟମ୍ ଓ ପ୍ଲାଷ୍ଟିକ୍‌ରେ ତିଆରି ହୋଇଥିଲା। ସେସମୟରେ ଏହି କୃତ୍ରିମ ହୃଦ୍‌ଯନ୍ତ୍ର ଆମେରିକାର ନ୍ୟୁୟର୍କରୁ ତିଆରି ହୋଇଆସିଥିଲା।

Leave A Reply