୧୫କୁ ଘୁଞ୍ଚିଲା ମାଟ୍ରିକ ଫର୍ମ ପୂରଣ ତାରିଖ

0

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଚଳିତ ମାଟ୍ରିକ ପରୀକ୍ଷା ପାଇଁ ବିନା ​‌େ​‌ଜାରିମାନାରେ ଫର୍ମ ପୂରଣ ତାରିଖକୁ ଚଳିତ ମାସ ୧୫ ତାରିଖ ଯାଏ ଘୁଞ୍ଚାଇ ଦିଆଯାଇଛି। ଏହାଦ୍ୱାରା ଛାତ୍ରଛାତ୍ରୀମାନେ ୧୫ ତାରିଖ ରାତ୍ରି ୧୧.୪୫ ଯାଏ ଦେୟ ଦାଖଲ କରିପାରିବେ। ଏଥିସହ ୧୬ ତାରିଖ ମଧ୍ୟରାତ୍ରି ଯାଏ ଫର୍ମ ପୂରଣ କରିପାରିବେ। ପୂର୍ବରୁ ବିନା ​‌େଜାରିମାନାରେ ୧୩ ତାରିଖ ଦେୟ ଦାଖଲ ଓ ୧୪ ତାରିଖ ଫର୍ମ ପୂରଣ ନିମନ୍ତେ ସମୟ ସୀମା ଧାର୍ଯ୍ୟ କରାଯାଇଥିଲା। ​‌େ​‌ଜାରିମାନାସହ ଫର୍ମ ପୂରଣ ତାରିଖ ୧୮ ତାରିଖ ଅପରିବର୍ତ୍ତିତ ରଖାଯାଇଛି। ଅନ୍‍ଲାଇନ୍‍ ଦେୟ ଦାଖଲରେ ସମସ୍ୟା ଦେଖାଦେଇଥିବାରୁ ସମୟ ସୀମା ବର୍ଦ୍ଧିତ କରାଯାଇଥିବା ବୋର୍ଡର ପରୀକ୍ଷା ନିୟନ୍ତ୍ରକ ଡ. ନୀହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

Leave A Reply