ୟୁଏସ ଗ୍ରାଁପ୍ରି ଜିତିଲେ ରାଇକୋନେନ୍‍

0

ଅଷ୍ଟିନ(ଆମେରିକା): ଫରାରି ଡ୍ରାଇଭର କିମି ରାଇକୋନେନ୍‍ ଚଳିତ ସିଜିନର ଅଷ୍ଟାଦଶ ଫର୍ମୁଲା ୱାନ ରେସ୍‍ ୟୁଏସ ଗ୍ରାଁପ୍ରିରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି। ରବିବାର ଅନୁଷ୍ଠିତ ଚୂଡାନ୍ତ ରେସ୍‍ରେ ରାଇକୋନେନ୍‍ ୫.୫୧୩ କିମି ଦୂରତ୍ୱ ବିଶିଷ୍ଟ ଟ୍ରାକ୍‍କୁ ୧ ଘଣ୍ଟା ୩୪ ମିନିଟ ୧୮.୬୪୩ ସେକେଣ୍ଡରେ ୫୬ ଥର ପରିକ୍ରମା କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ରେଡ୍‍ବୁଲ ଡ୍ରାଇଭର ମ୍ୟାକ୍ସ ଭେର୍ଷ୍ଟାପେନ୍‍ ୨ୟ ଓ ମର୍ସିଡିଜ୍‍ ଡ୍ରାଇଭର ଲୁଇସ ହାମିଲଟନ ୩ୟ ସ୍ଥାନ ଅଧିକାର କରିଛନ୍ତି। ରାଇକୋନେନ୍‍ ଚଳିତ ସିଜିନରେ ପ୍ରଥମ ଥର କୌଣସି ଗ୍ରାଁପ୍ରି ଜିତିବାରେ ସକ୍ଷମ ହୋଇଛନ୍ତି।
ସୂଚନାଯୋଗ୍ୟ ଚଳିତ ସିଜିନରେ ୧୮ଟି ରେସ୍‍ରୁ ୯ଟି ରେସ୍‍ ଜିତିଥିବା ହାମିଲଟନ ୩୪୬ ପଏଣ୍ଟ ପାଇ ଡ୍ରାଇଭରଙ୍କ ତାଲିକାରେ ଶୀର୍ଷ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ଫରାରିର ସେବାଷ୍ଟିଆନ ଭେଟେଲ ୨ୟ (୨୭୬) ଓ କିମି ରାଇକୋନେନ୍‍ ୩ୟ (୨୨୧) ସ୍ଥାନରେ ରହିଛନ୍ତି। ଚଳିତ ସିଜିନରେ ଆଉ ତିନିଟି ରେସ୍‍ ଆୟୋଜିତ ହେବାକୁ ଯାଉଥିବାବେଳେ ହାମିଲଟନ ବିଶ୍ୱ ଚମ୍ପିଆନ ହେବା ଆଶା ଏବେ ମଧ୍ୟ ଉଜ୍ଜ୍ୱଳ ରହିଛି।

Leave A Reply