ହୋଟେଲ କାଣ୍ଡରେ ଫସିଥିବା ମେଜର ଗୋଗୋଇଙ୍କ ବିରୋଧରେ ହେବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

0

ନୂଆଦିଲ୍ଲୀ: ଶ୍ରୀନଗର ଏକ ହୋଟେଲ ସମ୍ମୁଖରୁ ଜନୈକା ଯୁବତୀଙ୍କ ସହ ଗିରଫ ହୋଇଥିବା ମେଜର ଲିତୁଲ ଗୋଗୋଇଙ୍କ ବିରୋଧରେ ଆରମ୍ଭ ହେବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ। ଡ୍ୟୁଟିରେ ଥିବା ଅବସ୍ଥାରେ ସେ ତାଙ୍କ କାର୍ଯ୍ୟକ୍ଷେତ୍ର ସୀମା ବାହାରେ ଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା ବ୍ୟତୀତ ନିର୍ଦେଶର ଅବମାନନା କରି ସେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ସମ୍ପର୍କ ବଢାଇବା ଘଟଣାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ବିଭାଗୀୟ ତଦନ୍ତକାରୀ ଅଧିକାରୀ।
ଭାରତୀୟ ସେନାର ମେଜର ଗୋଗୋଇଙ୍କୁ ଶ୍ରୀନଗରସ୍ଥିତ ହୋଟେଲ ଗ୍ରେଡ଼ ମମତା ସମ୍ମୁଖରୁ ବାଲଗାମର ଜନୈକା ଯୁବତୀଙ୍କ ସହ ସ୍ଥାନୀୟ ପୁଲିସ ଉଦ୍ଧାର କରିଥିଲା। ଏହି ମାମଲା ପରବର୍ତ୍ତୀ ସମୟରେ ସେନାକୁ ହସ୍ତାନ୍ତର କରାଯିବା ପରେ କୋର୍ଟ ଅଫ ଇନକ୍ୱାରି ଅନ୍ତର୍ଗତ ମେଜର ଗୋଗୋଇଙ୍କ ବିଚାର ଆରମ୍ଭ ହୋଇଥିଲା। ମେଜର ଗୋଗୋଇ ସ୍ଥାନୀୟ ଯୁବତୀଙ୍କ ସହ ଉକ୍ତ ହୋଟେଲରେ ଚେକ୍‍ ଇନ କରିବାକୁ ଚାହୁଁଥିଲେ। ଏହାକୁ ନେଇ ବିବାଦ ଘନୀଭୂତ ହୋଇଥିଲା। ପରେ ହୋଟେଲ ମ୍ୟାନେଜର ପୁଲିସକୁ ଖବର ଦେଇଥିଲେ।

Leave A Reply