ଦଳୀୟ ମୁଖ୍ୟ ଭାବେ ଶରଦ ପାୱାରଙ୍କ ଇସ୍ତଫାକୁ ଅଗ୍ରାହ୍ୟ କଲା କୋର କମିଟି

ଡେସ୍କ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର କୋର କମିଟି ଦଳୀୟ ମୁଖ୍ୟ ପଦରୁ ଇସ୍ତଫା ଦେବା ନେଇ ଶରଦ ପାୱାରଙ୍କ ଇସ୍ତଫା ପତ୍ରକୁ ଅଗ୍ରାହ୍ୟ କରିବା ସହ ଦଳୀୟ ମୁଖ୍ୟ ଭାବେ କାର୍ଯ୍ୟ କରିବାକୁ ଅନୁରୋଧ କରିଛି। ଶ୍ରୀ ପାୱାରଙ୍କ ଇସ୍ତଫା ପରେ ଆଜି ସକାଳେ ଦଳର ନୂଆ ଅଧ୍ୟକ୍ଷ ଚୟନ ଲାଗି କୋର କମିଟି ବୈଠକ ବସିଥିଲା।

ମୁମ୍ବାଇରେ ଅନୁଷ୍ଠିତ ବୈଠକରେ ଏନସିପିର ୧୮ ଜଣିଆ କୋର କମିଟି ସଦସ୍ୟଙ୍କ ମଧ୍ୟରୁ ଅଜିତ ପାୱାର ଓ ସୁପ୍ରିୟା ଶୋଲେଙ୍କ ସମେତ ପ୍ରଫୁଲ ପଟେଲ, ଜୟନ୍ତୀ ପାଟିଲ, ଛଗନ ଭୁଜବଳ ପ୍ରମୁଖ ଉପସ୍ଥିତ ଥିଲେ। ଅଜିତ ପାୱାର କହିଛନ୍ତି ଯେ ଦଳର ନୂଆ ମୁଖିଆ ଶରଦ ପାୱାରଙ୍କ ଅଧୀନରେ କାର୍ଯ୍ୟ କରିବେ।

Comments are closed.