ହାଇତିରେ ୫.୯ ତୀବ୍ରତାର ଭୂମିକମ୍ପ:୧୧ମୃତ

0

ପୋର୍ଟ-ଅ-ପ୍ରିନ୍ସ : କାରବିଆନ୍‍ ରାଷ୍ଟ୍ର ହାଇତିର ଉତ୍ତର-ପଶ୍ଚିମ ଉପକୂଳ ସହର ପୋର୍ଟ-ଡି-ପ୍ରିନ୍ସରେ ଭୂମିକମ୍ପ ଅନୁଭୂତ ହୋଇଛି। ଏଥିରେ ୧୧ଜଣ ପ୍ରାଣ ହରାଇଥିବାବେଳେ ଶହସ୍ରାଧିକ ଗୃହଶୂନ୍ୟ ହୋଇଛନ୍ତି। ଶନିବାର ରାତିରେ ଘଟିଥିବା ୫.୯ ତୀବ୍ରତାର କମ୍ପନରେ ନାହିଁନଥିବା କ୍ଷତି ହୋଇଥିବା ଜଣାପଡ଼ିଛି। ଭୂକମ୍ପର କେନ୍ଦ୍ରସ୍ଥଳ ରାଜଧାନୀ ପୋର୍ଟ-ଡି-ପ୍ରିନ୍ସଠାରୁ ୧୯କିମି ଦୂରରେ ବୋଲି ସରକାରୀ ସୂତ୍ରରୁ ପ୍ରକାଶ। ଏହି ବିପର୍ଯ୍ୟୟ ସମୟରେ ଧୈର୍ଯ୍ୟ ଧରିବାକୁ ରାଷ୍ଟ୍ରପତି ଜୋଭନେଲମୋଇସ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସରକାରଙ୍କ ପକ୍ଷରୁ ଉଦ୍ଧାର ଓ ସହାୟତା କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ୨୦୧୦ରେ ଏହି ଅଞ୍ଚଳରେ ହୋଇଥିବା ଭୟଙ୍କର ଭୂକମ୍ପରେ ୨ଲକ୍ଷ ଲୋକ ପ୍ରାଣ ହରାଇଥିଲାବେଳେ ୩ଲକ୍ଷ ଆହତ ହୋଇଥିଲେ।

Leave A Reply