ହତ୍ୟାକାଣ୍ଡ ମାମଲାରେ ୩ ଗିରଫ

0

ବ୍ରହ୍ମପୁର: ଗୋଠଗାଁ ଯୋଗୀ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ଶେରଗଡ଼ ଥାନା ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଅଜୁ ମୁନି, ବୃନ୍ଦାବନ ମହାନ୍ତି ଓ ଅମର ବିଶ୍ୱାଳ । ସେମାନଙ୍କ ଠାରୁ ପୁଲିସ ୩ଟି ମୋଟର ସାଇକେଲ ଓ ୪ଟି ମୋବାଇଲ ଜବତ କରିଛି । ସୂଚନାଯୋଗ୍ୟ, ଗତ ଜୁଲାଇ ୨୯ତାରିଖ ରାତିରେ ଶେରଗଡ଼ ଥାନା ଅନ୍ତର୍ଗତ ଗୋଠଗାଁରେ ଯୋଗୀ ସ୍ବାଇଁଙ୍କୁ ଗାଁ ଦାଣ୍ଡରେ ଗୁଳି କରାଯାଇଥିଲା । ପରେ ଯୋଗୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ କୁହାଯାଉ ଥିବା ଗୋଠଗାଁର ପୂର୍ବତନ ସରପଞ୍ଚ ଏବେବି ଫେରାର ରହିଛି। ତାକୁ ଧରିବାକୁ ପୁଲିସ ପକ୍ଷରୁ ତନାଘନା ଜାରି ରହିଛି।

Leave A Reply