ସେନାବାହିନୀ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ନୁହେଁ: ସେନାଧ୍ୟକ୍ଷ

0

ନୂଆଦିଲ୍ଲୀ: ଭାରତୀୟ ସେନାବାହିନୀ କେବଳ ଏକ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ନୁହେଁ। ସେନାରେ ଯୋଗ ଦେବା ପୂର୍ବରୁ ଏହା ସ୍ମରଣ କରିବା ଉଚିତ। ଆହତ କିମ୍ବା ଭିନ୍ନକ୍ଷମ ଭାବେ ମିଛ ବାହାନା କରୁଥିବା ସେନା ଅଧିକାରୀ ଓ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ସେନାଧ୍ୟକ୍ଷ ବିପିନ ରାୱତ ଉପରୋକ୍ତ ଚେତାବନୀ ଦେଇଛନ୍ତି।
ଶ୍ରୀ ରାୱତ ଗୁରୁବାର କହିଛନ୍ତି ଯେ ଲୋକମାନେ ଭାରତୀୟ ସେନାକୁ ଏକ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଭାବେ ଧରି ନେଇଛନ୍ତି। ଆର୍ଥିକ ସହାୟତା ପାଇବା ପାଇଁ ମିଛ ବାହାନା କଲେ ଚଳିବ ନାହିଁ। ଯେଉଁମାନେ କାର୍ଯ୍ୟ ସମ୍ପାଦନ ବେଳେ ପ୍ରକୃତରେ ଗୁରୁତର ହୋଇଛନ୍ତି କିମ୍ବା ଭିନ୍ନକ୍ଷମ ହୋଇଛନ୍ତି ସେମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି ବୋଲି ଶ୍ରୀ ରାୱତ କହିଛନ୍ତି।

Leave A Reply