ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ରଞ୍ଜନ ଗୋଗୋଇ

0

ନୂଆଦିଲ୍ଲୀ: ବରିଷ୍ଠ ବିଚାରପତି ରଞ୍ଜନ ଗୋଗୋଇ ସୁପ୍ରିମକୋର୍ଟର ୪୬ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଜଷ୍ଟିସ୍‍ ଗୋଗୋଇଙ୍କୁ ରାଷ୍ଟ୍ରପତି ଭବନର ଦରବାର ହଲ୍‍ରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି ଏମ୍‍ ଭେଙ୍କେୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
୬୩ ବର୍ଷ ବୟସ୍କ ରଞ୍ଜନ ଗୋଗୋଇ ୧୩ ମାସ ପାଇଁ ପ୍ରଧାନ ବିଚାରପତି ପଦରେ ରହିବେ। ୨୦୧୯ ନଭେମ୍ବର ୧୭ତାରିଖରେ ସେ ଅବସର ନେବେ। ଉତ୍ତର-ପୂର୍ବାଞ୍ଚଳର ପ୍ରଥମ ବ୍ୟକ୍ତି ଭାବେ ସେ ଏହି ଗୌରବ ଲାଭ କରିଛନ୍ତି।

Leave A Reply