ସୁଆଣ୍ଡୋରେ ମହିଳା ଦକ୍ଷତା ବିକାଶ କର୍ମଶାଳା

0

ସୁଆଣ୍ଡୋ: ପୁରୀ ଜିଲା ସତ୍ୟବାଦୀ ମିଶନ ଶକ୍ତି ମହିଳା ମହାସଂଘ ଆନୁକୂଲ୍ୟରେ ଏକ ମହିଳା ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରଙ୍ଗଣୀ ସାହି ବ୍ରହ୍ମଯାଗା ଘରେ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ତିନୋଟି ଗୋଷ୍ଠୀର ୩୧ଜଣ ମହିଳା ଏଥିରେ ଅଂଶ ଗ୍ରହଣ କରିଥିଲେ। ମହିଳାମାନେ ବ୍ୟାଙ୍କ ସହିତ ସମ୍ପର୍କ ରଖି ଟଙ୍କା ଜମା ଓ ଉଠାଣ ପ୍ରକ୍ରିୟା,  ପାପୋଛ ଓ  ଚାନ୍ଦୁଆ ତିଆରି, ସିଲାଇ, ଏମ୍ବ୍ରୋଡରୀ, ବଡି, ପାମ୍ପଡ ଓ ଆଚାର ଆଦି ପ୍ରସ୍ତୁତ ପ୍ରଣାଳୀ ସମ୍ପର୍କରେ ବିଭିନ୍ନ ଉପକରଣ ଦ୍ବାରା ପ୍ରଶିକ୍ଷଣ ନେଇଥିଲେ। ଏହି ପ୍ରଶିକ୍ଷଣ ମିଶନ ଶକ୍ତି ସମ୍ପାଦିକା ଚାରୁଲତା ମହାପାତ୍ରଙ୍କ ତତ୍ତ୍ବାବଧାନରେ ହୋଇଥିଲେ । ଏହି ସମସ୍ତ ସାମଗ୍ରୀକୁ ବଜାରରେ ବିକ୍ରି କରି ଭଲ ରୋଜଗାର ହୋଇ ପାରିବ ବୋଲି ମଧ୍ୟ ମିଶନ ଶକ୍ତି ସମ୍ପାଦିକା କହିଥିଲେ ।

Leave A Reply