ସିବିଏସ୍‍ଇ ନବମ ଓ ଏକାଦଶ ନାମପଞ୍ଜୀକରଣ ଅବଧି ବଢ଼ିଲା

0

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିସଏସଇ) ପକ୍ଷରୁ ନବମ ଏବଂ ଏକାଦଶ ଶ୍ରେଣୀର ୨୦୧୮-୧୯ ଶିକ୍ଷା ବର୍ଷ ପାଇଁ ନାମ ପଞ୍ଜୀକରଣ ଅବଧି ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀମାନେ ୧୫୦ଟଙ୍କା ଦାଖଲ କରି ଅକ୍ଟୋବର ୩୦ ପର୍ଯ୍ୟନ୍ତ ନାମ ପଞ୍ଜୀକରଣ କରିପାରିବେ। ଏହାପରେ ବିଳମ୍ବ ଦେୟ(ଲେଟ୍‍ ଫି’) ଦେଇ ଛାତ୍ରଛାତ୍ରୀ ନଭେମ୍ବର ୨୮ ପର୍ଯ୍ୟନ୍ତ ନାମ ପଞ୍ଜୀକରଣ କରିାପରିବେ। ଅକ୍ଟୋବର ୩୧ରୁ ନଭେମ୍ବର ୧୨ ମଧ୍ୟରେ ୧୦୦୦ଟଙ୍କା, ନଭେମ୍ବର ୧୩ରୁ୨୦ ପର୍ଯ୍ୟନ୍ତ ୨୦୦୦ଟଙ୍କା, ନଭେମ୍ବର ୨୧ରୁ ୨୮ ପର୍ଯ୍ୟନ୍ତ ୫୦୦୦ଟଙ୍କା ଲେଟ୍‍ ଫି ଦାଖଲ କରି ନାମ ପଞ୍ଜୀକରଣ କରିପାରିବେ ବୋଲି ସିବିଏସ୍‍ଇ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ସାମୁଦ୍ରିିକ ଝଡ଼ ‘ତିତ୍‍ଲି’ରେ ଦେଶର ଅନେକ ରାଜ୍ୟ ପ୍ରଭାବିତ ହୋଇଛି। ସେହିପରି ଦଶହରା ଛୁଟି ଯୋଗୁ ବହୁ ସ୍କୁଲ ବନ୍ଦ ରହିଛି। ଏଥିପାଇଁ ସିବିଏସ୍‍ କର୍ତ୍ତୃପକ୍ଷ ଲେଟ୍‍ ଫି’ ବିନା ନାମ ପଞ୍ଜୀକରଣ ଅବଧି ଅକ୍ଟୋବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହାପରେ ନାମ ପଞ୍ଜୀକରଣ ଅବଧି ଆଉ ବୃଦ୍ଧି କରାଯିବ ନାହିଁ।
ତେଣୁ ନିର୍ଦ୍ଧାରିତ ତାରିଖ ମଧ୍ୟରେ ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ କରିବାକୁ ସ୍କୁଲ କର୍ତ୍ତୃପକ୍ଷ ପଦକ୍ଷେପ ନେବା ଦରକାର। ତେବେ ନାମ ପଞ୍ଜୀକରଣ ସଂକ୍ରାନ୍ତ ସମସ୍ତ ନିମୟ ଅପରିବର୍ତ୍ତିତ ରହିଛି ବୋଲି ପରୀକ୍ଷା ନିୟନ୍ତ୍ରକ ଡ.ସାନ୍ୟମ୍‍ ଭରଦ୍ୱାଜ ପୂର୍ବରୁ ୨୦୧୮-୧୯ଶିକ୍ଷା ବର୍ଷ ଲାଗି ନବମ ଓ ଏକାଦଶ ଶ୍ରେଣୀ ନାମ ପଞ୍ଜୀକରଣ ପାଇଁ ଶେଷ ତାରିଖ ଅକ୍ଟେବାର ୨୨ ରହିଥିଲା।

Leave A Reply