ସିବିଆଇକୁ ଦିଲ୍ଳୀ ହାଇକୋର୍ଟଙ୍କ ଭର୍ତ୍ସନା

0

ନୂଆଦିଲ୍ଲୀ: ସିବିଆଇ ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନାଙ୍କ ନାମରେ ଆସିଥିବା ଅଭିଯୋଗର ପ୍ରମାଣପତ୍ର ଦାଖଲ କରିବାରେ ବିଳମ୍ବ କରିଥିବାରୁ ସିବିଆଇକୁ ଦିଲ୍ଳୀ ହାଇକୋର୍ଟ ଭର୍ତ୍ସନା କରିଛନ୍ତି। ଏଥିସହିତ ଆସ୍ଥାନାଙ୍କ ସୁରକ୍ଷା ଅବଧିକୁ ବୃଦ୍ଧି କରିଛନ୍ତି।
ଏ ସମ୍ପର୍କିତ ମାମଲାର ଶୁଣାଣି ବେଳେ ବିଚାରପତି ନଜମି ୱାଜିରି ସିବିଆଇକୁ ପଚାରିଥିଲେ ଯେ ପ୍ରକୃତରେ ଘଟଣାର ତଦନ୍ତ କରିବା ପାଇଁ ସିବିଆଇର ଆନ୍ତରିକ ଇଚ୍ଛା ଅଛି ନା ନାହିଁ। ଏହାର ଉତ୍ତରରେ ସିବିଆଇ ପକ୍ଷରୁ କୁହାଯାଇଥିଲା ଯେ ନଥିପତ୍ର ଓ ପ୍ରମାଣ ସିଭିସି ଦ୍ୱାରା ଯାଞ୍ଚ କରାଯାଉଥିବାରୁ ଚାର୍ଜସିଟ୍‍ ଦାଖଲ କରାଯାଇପାରି ନାହିଁ। ଏଥିରେ ଅସନ୍ତୋଷ ପ୍ରକାଶ କରି ବିଚାରପତି ନଜ୍‍ମି କହିଛନ୍ତି ଯେ ଅଭିଯୋଗ ଆସିବାର ପର ଦିନ ହିଁ କୋର୍ଟ ନିଜ ଆଡ଼ୁ ମାମଲା ରୁଜୁ କରିଥିଲେ। କିନ୍ତୁ କାଗଜପତ୍ର ଦାଖଲ କରିବାକୁ ସିବିଆଇ ଅନେକ ଦିନ ସମୟ ନେଲାଣି। ଆସନ୍ତା ତିନି ଦିନ ମଧ୍ୟରେ ଏହାର ଉତ୍ତର ରଖିବାକୁ କୋର୍ଟ ସିବିଆଇ ପ୍ରତିନିଧିଙ୍କୁ ନିର୍ଦେଶ ଦେଇଛନ୍ତି। ଏହା ସହିତ ମାମଲା ପରବର୍ତ୍ତୀ ଶୁଣାଣି ନଭେମ୍ବର ୧ ତାରିଖକୁ ଧାର୍ଯ୍ୟ କରାଯାଇଛି।

Leave A Reply