ସାର୍କ ବୈଠକରେ ସାମିଲ ହେବ ନାହିଁ ଭାରତ:ସୁଷମା

0

ନୂଆଦିଲ୍ଲୀ: ସାର୍କ ବୈଠକରେ ଭାରତ ଯୋଗ ଦେବ ନାହିଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ବୁଧବାର ସ୍ପଷ୍ଟ କରିଛନ୍ତି। ଯେତେସମୟ ପର୍ଯ୍ୟନ୍ତ ଭାରତ ଆତଙ୍କବାଦୀ ଅନୁପ୍ରବେଶ ଉପରେ ଅଙ୍କୁଶ ନ ଲଗାଉଛି ସେତେବେଳ ପର୍ଯ୍ୟନ୍ତ ପାକିସ୍ତାନ ସହ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଭାରତ ପ୍ରସ୍ତୁତ ନୁହେଁ ବୋଲି ସୁଷମା ସ୍ପଷ୍ଟ କରିଛନ୍ତି। ପାକିସ୍ତାନ ପକ୍ଷରୁ ମିଳିଥିବା ଆମନ୍ତ୍ରଣର ଅଦ୍ୟାବଧି ଭାରତ ବିଧିବଦ୍ଧଭାବେ କୌଣସି ଉତ୍ତର ଦେଇ ନାହିଁ।
ପୂର୍ବରୁ ମଧ୍ୟ କରତାରପୁର କରିଡର ସମ୍ପର୍କରେ ସୁଷମା ସ୍ୱରାଜ ମନ୍ତବ୍ୟ ରଖି କ୍ଷେତ୍ରୀୟ ଶାନ୍ତି ଓ ବିକାଶ ପାଇଁ ପଡ଼ୋଶୀ ଦେଶଗୁଡ଼ିକର ପଦକ୍ଷେପକୁ ଭାରତ ସ୍ୱାଗତ କରୁଛି ବୋଲି ବୁଧବାର ପୁଣି ଥରେ ଉଲ୍ଲେଖ କରିଥିଲେ। ତେବେ ସାର୍କ ସମ୍ମିଳନୀରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ପୂର୍ବରୁ ଉଭୟ ଦେଶ ମଧ୍ୟରେ ଶାନ୍ତି ସ୍ଥାପନର ଆବଶ୍ୟକତା ରହିଛି ବୋଲି ଶ୍ରୀମତୀ ସ୍ୱରାଜ ଗୁରୁତ୍ୱାରୋପ କରିଥିଲେ।

Leave A Reply