ସର୍ବକାଳୀନ ନିମ୍ନ ସ୍ତରରେ ଟଙ୍କା

0

ମୁମ୍ବଇ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟ ସର୍ବକାଳୀନ ନିମ୍ନ ସ୍ତରରେ ପହଞ୍ଚିଛି। ଆନ୍ତଃବିନିମୟ ବଜାରରେ ଆଜି କାରବାର ଆରମ୍ଭ ହେବା ପରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ଗତ କାଲିଠାରୁ ୨୬ ପଇସା ହ୍ରାସ ପାଇ ୭୧ ଟଙ୍କାରେ ପହଞ୍ଚିଛି। ଆନ୍ତର୍ଜାତିକ ବଜାରରେ ଆମେରିକୀୟ ଡଲାରର ଚାହିଦା ବୃଦ୍ଧିର ପ୍ରଭାବ ଭାରତୀୟ ମୁଦ୍ରା ବଜାର ଉପରେ ପଡ଼ିଥିବାରୁ ଟଙ୍କା ମୂଲ୍ୟ ହ୍ରାସ ପାଇଛି। ପ୍ରତିଭୂତି ବଜାରରୁ ଡଲାରର ବହିର୍ଗମନ ଓ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ମଧ୍ୟ ଟଙ୍କା ମୂଲ୍ୟ ହ୍ରାସର ଆଉ ଏକ କାରଣ ବୋଲି କୁହାଯାଉଛି।
ଏକ ପକ୍ଷରେ ଟଙ୍କା ମୂଲ୍ୟ ହ୍ରାସ ପାଉଥିବା ବେଳେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଭାରତର ତୈଳ ଚାହିଦାର ୮୦% ବିଦେଶରୁ ଆମଦାନି ହେଉଥିବାରୁ ଦେଶର କରେଣ୍ଟ ଆକାଉଣ୍ଟ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି।

Leave A Reply