ସବ୍ୟସାଚୀଙ୍କୁ ଇଡିର ପଚରାଉଚରା

0

ଭୁବନେଶ୍ୱର: ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ବୁଧବାର ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ପକ୍ଷରୁ ପଚରାଉଚରା କରାଯାଇଛି। ଇଡିର ଏକ ୩ ଜଣିଆ ଟିମ୍‍ ବ୍ରହ୍ମପୁର ଜେଲ୍‍ରେ ସବ୍ୟସାଚୀଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିଥିଲା। ମାଓ ସଂଗଠନ ପାଇଁ ସବ୍ୟସାଚୀ କେଉଁ ସୂତ୍ରରୁ ପାଣ୍ଠି ସଂଗ୍ରହ କରୁଥିଲେ ସେନେଇ ଇଡି ପକ୍ଷରୁ ଜେରା କରାଯାଇଥିବା ଜଣାପଡିଛି। ସବ୍ୟସାଚୀଙ୍କର ଏକାଧିକ ଆକାଉଣ୍ଟ ଥିବା ନେଇ ସୂଚନା ପାଇବା ପରେ ଇଡି ପକ୍ଷରୁ ଏନେଇ ଖୋଳତାଡ କରାଯାଉଥିବା ଜଣେ ଅଧିକାରୀ କହିଛନ୍ତି। ଛତିଶଗଡ଼ର ଏକାଧିକ ମାଓନେତା ବିଳାସପୂର୍ଣ୍ଣ ଜୀବନ ବିତାଉଥିବାରୁ ଏନେଇ ଇଡି ପକ୍ଷରୁ ପୂର୍ବରୁ ଖୋଳତାଡ଼ କରାଯାଇଥିଲା। ସେହିପରି ଇଡିର ଓଡ଼ିଶା ଶାଖା ସବ୍ୟସାଚୀଙ୍କୁ ଏନେଇ ପଚରାଉଚରା କରିଛି।

Leave A Reply