ସନ୍ଧ୍ୟା ୭ଟା-ମୁଖ୍ୟ ଖବର

-ଖୁବ ଶୀଘ୍ର କରୋନା ଯୁଦ୍ଧରେ ଯୋଡ଼ିହେବ ନୋଭାଭାକ୍ସ,  ସେରମ ଇନ୍‌ଷ୍ଟିଚ୍ୟୁଟ ଅତିଶୀଘ୍ର କରୋନା ଟିକା ନୋଭାଭାକ୍ସ ଉତ୍ପାଦନ କରିବ-ଡାକ୍ତର ଭି.କେ.ପଲ

-କରୋନା ସ୍ଥିତିକୁ ଆଖି ଆଗରେ ରଖି ରାଜ୍ୟ ସରକାର ଅନଲକ ପ୍ରକ୍ରିୟା ନେଇ ଖୁବ ଶୀଘ୍ର ନିଷ୍ପତି ଗ୍ରହଣ କରିବେ : ସ୍ୱାସ୍ଥ୍ୟ ସେବା ନିର୍ଦେଶକ ବିଜୟ ମହାପାତ୍ର

-ଦିନେ-ଦୁଇ ଦିନ ମଧ୍ୟରେ ଏସଆରସି ଜାରୀ କରିବେ ବିସ୍ତୃତ ଗାଇଡଲାଇନ୍‍

-ଦେଶରେ କୋଭିଡ ପ୍ରତିଷେଧକ ଟିକାଦାନ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି

-ଏପର୍ଯ୍ୟନ୍ତ ମୋଟ ୨୫ କୋଟି ୯୦ ଲକ୍ଷ ୪୪ ହଜାରରୁ ଅଧିକ ଲୋକଙ୍କୁ ଟିକା ପ୍ରଦାନ କରାଯାଇଛି

-କରୋନା ଭୂତାଣୁକୁ ନଷ୍ଟ କରିଦେବ ଏହି ତୁଣ୍ଡି

-ଦେଶରେ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମଣ

– ଆଉ ୬୦ ହଜାର ୪୭୧ ନୂଆ କରୋନା ସଂକ୍ରମିତ ଚିହ୍ନଟ,ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୫,୭୦,୮୮୧

-ଆଉ ୨ ହଜାର ୭୨୬ ଆକ୍ରାନ୍ତଙ୍କ ମୃତ୍ୟୁ,ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୭ ହଜାର ୦୩୧

-ଦିନକରେ ଆଉ ୧ ଲକ୍ଷ ୧୭ ହଜାର ୫୨୫ ସୁସ୍ଥ, ମୋଟ ୨,୮୨,୮୦,୪୭୨ ସୁସ୍ଥ

ଦେଶରେ ଆରୋଗ୍ୟ ହାର ୯୫.୬୪%ରେ ପହଞ୍ଚିଛି

-ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାଗୁଡ଼ିକୁୁ ପ୍ରବଳ ବର୍ଷା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

ରଜ ଦୋଳି କଟକଟ : ଆଜି ପବିତ୍ର ରଜ ସଂକ୍ରାନ୍ତି

-ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୩୪୦୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

-ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୯୪୨ ଏବଂ ସ୍ଥାନୀୟ ସଂକ୍ରମିତ ୧୪୬୩ ଜଣ

-ରାଜ୍ୟରେ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ୪୨ ଆକ୍ରାନ୍ତ ମୃତ

-ଆଜି ପବିତ୍ର ଶୀତଳଷଷ୍ଠୀ : କରୋନା କଟକଣା ମଧ୍ୟରେ ଦେବ ଦମ୍ପତିଙ୍କ ବିବାହ

-କେନ୍ଦ୍ରଙ୍କୁ ଅନୁରୋଧ, ରାଜ୍ୟକୁ ମିଳୁ ଘରୋଇ ଡାକ୍ତରଖାନାର ୨୦ ଭାଗ ଟିକା

-ରାଜ୍ୟରେ ସ୍ୱାଭାବିକରୁ ୩୪% ଅଧିକ ବର୍ଷା

-ଏଲଜେପିରେ ବିଭାଜନ, ପୁତୁରା ଚିରାଗ ପାଶୱାନଙ୍କୁ ଅଲଗା କରି ଦାଦା ପଶୁପତି କୁମାର ପାରସ ଲୋକସଭାରେ ଲୋକ ଜନଶକ୍ତି ପାର୍ଟିର ସଂସଦୀୟ ଦଳ ନେତା

-ସଂକ୍ରାନ୍ତି ପୁରୁଷ କଥା ସମ୍ରାଟ ଫକିର ମୋହନଙ୍କ ୧୦୩ତମ ଶ୍ରାଦ୍ଧ ଦିବସ

-ଶ୍ରଦ୍ଧାଳୁଙ୍କୁ ଦିଆଯାଇଥିଲା ୧ ଲକ୍ଷ ଜାଲ କୋଭିଡ ନମୁନା ପରୀକ୍ଷା ରିପୋର୍ଟ ; ହରିଦ୍ୱାର କୁମ୍ଭକୁ ନେଇ ସାମନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

-୨୦ ବର୍ଷ ହେଲା ଦରମା ଦେଉନାହାନ୍ତି ପାକିସ୍ତାନ ସରକାର ; ଫିଲିପାଇନ୍ସ କର୍ମଚାରୀଙ୍କ ଅଭିଯୋଗ

-୧୨ ଟଙ୍କାରେ କିଣିବାକୁ ମିଳୁଛି ଘର

-ଶଶିକଳାଙ୍କ ସହିତ କଥାହେଲେ ଦଳରୁ ବିଦା

-ବେସରକାରୀ ଗୋଦାମରୁ ଜବତ ହେଲା ଲକ୍ଷେ ବସ୍ତା ସରକାରୀ ଚାଉଳ

-ଜିଆନ୍‍ ଏଚ-୨୦ ବୋମାବର୍ଷୀ ବିମାନର ଚୂଡାନ୍ତ ପରୀକ୍ଷା ଚାଲିଛି ଲଦାଖ ସୀମାନ୍ତରେ ; ପୂର୍ବ ଲଦାଖ ଆରପଟେ ଚୀନ ସୀମାନ୍ତରେ ହେଉଛି ସମରାଭ୍ୟାସ

-ଟିକା ନେଇ ୪୮୮ ଜଣଙ୍କ ମୃତ୍ୟୁ

-ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍ ଫାଇନାଲ, ବିଜେତାଙ୍କୁ ୧୧.୭ କୋଟି ଟଙ୍କା

ୟୁରୋ କପ୍: ନେଦରଲାଣ୍ଡ୍‌ସ, ଚେକ୍ ଗଣତନ୍ତ୍ର ଓ ସ୍ଲୋଭାକିଆ ବିଜୟୀ

-କୋପା ମେରିକା ଫୁଟ୍‌ବଲ ଆରମ୍ଭ, ବ୍ରାଜିଲ ଓ କଲମ୍ବିଆର ବିଜୟ

Comments are closed.