ସନ୍ଧ୍ୟା ୭ଟା ମୁଖ୍ୟ ଖବର
– କୋଭିଡ ମୁକାବିଲା ପାଇଁ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
– ମେ ୨୪ରୁ ଘର ଘର ବୁଲି କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ କରିବେ ଆଶାକର୍ମୀ
– ଦେଶରେ କୋଭିଡ ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଜରୁରୀ ଆବଶ୍ୟକ ସାମଗ୍ରୀ ଅମ୍ଳଜାନ ପରିବହନକୁ ଅଗ୍ରାଧିକାର ପ୍ରଦାନ କରୁଛି ଭାରତୀୟ ରେଳବାଇ
– ଇତିମଧ୍ୟରେ ରେଳଯୋଗେ ଦେଶର ବିଭିନ୍ନ ସ୍ଥାନକୁ ୧୦,୦୦୦ ଟନ୍ ଅମ୍ଳଜାନ ପରିବହନ କରାଯାଇଛି
– କୋଭିଡ ମୁକାବିଲା ପାଇଁ ଅଭିନେତା ରଜନୀକାନ୍ତ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି।
– ରାଜ୍ୟରେ ଆଜି ଆଉ ୧୧୮୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି, ଏହାସହିତ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୫,୨୬,୩୫୩କୁ ବୃଦ୍ଧି ପାଇଛି
– କରୋନା ମହାମାରୀ ପାଇଁ ପୂର୍ବବର୍ଷ ଭଳି ଏଥରମଧ୍ୟ ଯୁକ୍ତ ୨ ପ୍ରଥମ ବର୍ଷ ତଥା ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ହେବ ଭିଡିଓ କ୍ଲାସ
– ସବୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲା ଉଚ୍ଚ ଶିକ୍ଷା ପରିଷଦ
– ଘରୋଇ ଡାକ୍ତରଖାନା ଓ ଘରୋଇ ଆମ୍ବୁଲାନ୍ସ ପାଇଁ ଦର ନିର୍ଦ୍ଧାରଣ କଲେ ସରକାର। ଦର ନିର୍ଦ୍ଧାରଣ ନେଇ ବିଜ୍ଞପ୍ତି ପ୍ରକାଶ କଲା ରାଜ୍ୟ ପରିବହନ ବିଭାଗ
– ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ସିଆର୍ପିଏଫଙ୍କ ଗୁଳିମାଡ଼, ସିଆର୍ପିଏଫ୍ ଯବାନଙ୍କ ଗୁଳିମାଡ଼ରେ ୩ ଗ୍ରାମବାସୀ ମୃତ
– କରୋନାରେ ବିଶିଷ୍ଟ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
–ପ୍ରସିଦ୍ଧ ଓ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକରେ ତାଙ୍କ ଜନ୍ମମାଟି କେନ୍ଦ୍ରାପଡ଼ାରେ ଶୋକର ଛାୟା
–ଗଭୀର ଶୋକ ପ୍ରକାଶ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
–ଶୋକ ପ୍ରକାଶ କଲେ କେନ୍ଦ୍ର ମନ୍ତ୍ରୀକେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ
– ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୨୨ ଜଣଙ୍କ ଜୀବନ ନେଇଛି କରୋନା, ମୃତ୍ୟୁ ସଂଖ୍ୟା ୨୩୩୫କୁ ବୃଦ୍ଧି
– ରାଜ୍ୟରେ ୨୪ ଘଣ୍ଟାରେ ୧୦୭୫୭ ନୂଆ ସଂକ୍ରମିତ ଚିହ୍ନଟ; କଟକରୁ ସର୍ବାଧିକ ୯୭୩
– ଭୟଙ୍କର ସାମୁଦ୍ରିକ ଝଡ ତଉକତେ ଏବେ ଅତି ଭୟଙ୍କର ସାମୁଦ୍ରିକ ଝଡରେ ପରିଣତ ହୋଇ ସ୍ଥଳଭାଗ ଅଭିମୁଖେ ଅଗ୍ରସର ହେଉଛି
– ଆଜି ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ ତଉକତେ
–ଆନ୍ଧ୍ରପ୍ରଦେଶରେ ଆସନ୍ତା ୩୧ ଯାଏଁ କର୍ଫ୍ୟୁ ଘୋଷଣା
Related Posts
Comments are closed.