ଦୁଇ ଦଶମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

0

ସୋର: ସନ୍ଦେହଜନକ ଭାବେ ଦୁଇ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ସୋର ଥାନା ତେଣ୍ଟେଇ ପଞ୍ଚାୟତ ୨ ନଂ ୱାର୍ଡ ମଳିକ ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମଳିକ ସାହିର ବୀରେନ୍ଦ୍ର ଦାସଙ୍କ ଝିଅ ଲକ୍ଷ୍ମୀ ପ୍ରିୟା ଓ ବିରିପଡା ଗ୍ରାମର ବୃନ୍ଦାବନ ଦାସଙ୍କ ଝିଅ ପ୍ରିୟଙ୍କା ନିକଟସ୍ଥ ଭିକାରୀ ଚରଣ ହାଇସ୍କୁଲରେ ପଢ଼ୁଥିଲେ। ପ୍ରିୟଙ୍କା ସବୁଦିନ ଟ୍ୟୁସନ ସାରି ଲକ୍ଷ୍ମୀପ୍ରିୟାଙ୍କ ଘରେ ରାତିରେ ଶୁଅନ୍ତି। ଶୁକ୍ରବାର ରାତିରେ ଲକ୍ଷ୍ମୀପ୍ରିୟାଙ୍କ ଘରେ ଦୁଇ ସାଙ୍ଗ ଶୋଇଥିଲେ।  ଶନିବାର ସକାଳୁଆ ସ୍କୁଲ ଥିଲା। ଏଣୁ ସକାଳୁ ତାଙ୍କର ଅନ୍ୟ ଜଣେ ସାଙ୍ଗ ଲକ୍ଷ୍ମୀ ଓ ପ୍ରିୟଙ୍କାଙ୍କୁ  ଡାକିବାକୁ ଆସିଥିଲେ।  ଉଭୟ ସାଙ୍ଗ ସେତେବେଳ ଯାଏ ଉଠି ନ ଥିବାରୁ ଲକ୍ଷ୍ମୀପ୍ରିୟାଙ୍କ ମା ଅନିତା ସେମାନଙ୍କୁ ଡାକିଥିଲେ। କିନ୍ତୁ ସେମାନେ ନ ଉଠିବାରୁ ପରିବାର ଲୋକେ ସନ୍ଦେହ କରିଥିଲେ। ଏହାପରେ ଉଭୟଙ୍କ ମୃତ୍ୟୁ ଘଟିଥିବା  ଜଣାପଡିଥିଲା। ଯେ ଉଭୟ ମୃତ୍ୟୁ ବରଣ କରିଛନ୍ତି।
ଖବର ପାଇ ଅନ୍ତପୁର ଫାଣ୍ଡି ଅଧିକାରୀ ଏସକେ ରହେମାନ ତଦନ୍ତ ଆରମ୍ଭ କରିଛନ୍ତି। କିନ୍ତୁ ଥାନା ଅଧିକାରୀ ସାଇଣ୍ଟିଫିକ ଟିମର ସହାୟତା ନନେଇ ତରବର ହୋଇ ତଦନ୍ତ ସାରି ଦେଇଥିବା ଓ ଶବ ବ୍ୟବଛେଦ କରିବା ପାଇଁ ସୋର ଡାକ୍ତରଖାନାକୁ ପଠାଇ ଦେଇଥିବା ଗାଁ ଲୋକେ ଅଭିଯୋଗ କରିଥିଲେ। ଏନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା।

Leave A Reply