ସତ୍ୟର ଜୟ; ରାହୁଲ କ୍ଷମା ମାଗନ୍ତୁ

0

ରାଜନୈତିକ ଫାଇଦା ଲାଗି ରାଫେଲ ଚୁକ୍ତିରେ ଦୁର୍ନୀତି ହୋଇଥିବା ଭଳି ମିଥ୍ୟା ଅଭିଯୋଗ ଆଣି ଦେଶବାସୀଙ୍କୁ ବିଭ୍ରାନ୍ତ ଓ ସେନାବାହିନୀର ମନୋବଳ ଦୁର୍ବଳ କରିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟଙ୍କ ରାୟ ପରେ ଏବେ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ବିଜେପି ଅଧ୍ୟକ୍ଷ ଅମିତ ଶାହା। ସବୁ ଚୋର ଏକାଠି ହୋଇ ଚିତ୍କାର କଲେ ମଧ୍ୟ ଦେଶବାସୀ ଚୌକିଦାରକୁ ଚୋର ବୋଲି ଗ୍ରହଣ କରିବେନି। ସୁପ୍ରିମକୋର୍ଟ ରାୟରେ ସତ୍ୟର ବିଜୟ ହୋଇଛି। ୨୦୦୪ରୁ ପ୍ରକ୍ରିୟା ଆରମ୍ଭ ପରେ ୨୦୦୭ରୁ ୨୦୧୪ ପର୍ଯ୍ୟନ୍ତ ଏହି ଚୁକ୍ତି ନକରି ୟୁପିଏ ସରକାର କ’ଣ କମିସନି ଲାଗି ଏହାକୁ ଅଟକାଇ ରଖିଥିଲା କି ବୋଲି ଶ୍ରୀ ଶାହା ପାଲଟା ପ୍ରଶ୍ନ କରିଛନ୍ତି। କଂଗ୍ରେସର ଗତ ୧୦ ବର୍ଷ ଶାସନରେ ୧୨ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଶାହା କହିଛନ୍ତି।

Leave A Reply