ସଞ୍ଜୟ ଦତ୍ତଙ୍କ ଜୀବନୀକୁ ନେଇ ନିର୍ମାଣ ହେବ ଆଉ ଏକ ଚଳଚ୍ଚିତ୍ର

0

ମୁମ୍ବଇ : ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ବାୟୋପିକ ‘ସଞ୍ଜୁ’ ବକ୍ସଅଫିସରେ ଜବରଦସ୍ତ ହିଟ ହୋଇଛି। ଏହି ଚଳଚ୍ଚିତ୍ରରେ କାହାଣୀଠାରୁ ଆରମ୍ଭ କରି ପତ୍ୟେକ ଚରିତ୍ରରେ ଅଭିନେତାମାନେ କରିଥିବା ଅଭିନୟକୁ ଦର୍ଶକ ବେଶ ପ୍ରଶଂସା କରିଛନ୍ତି। ଚଳଚ୍ଚିତ୍ର ମୁକ୍ତିଲାଭ କରିବାର ତିନି ସପ୍ତାହ ବିତି ଯିବାପରେ ମଧ୍ୟ ଦର୍ଶକ ମାନଙ୍କ ଭିତରେ ଚଳଚ୍ଚିତ୍ରକୁ ଦେଖିବା ପାଇଁ ଆଗ୍ରହ କମୁନାହିଁ। ଏବେ ଖବର ଆସୁଛି ବହୁତ ଶୀଘ୍ର ସଞ୍ଜୟ ଦତ୍ତଙ୍କ ଜୀବନୀକୁ ନେଇଁ ଆଉ ଏକ ଚଳଚ୍ଚିତ୍ର ନିର୍ମାଣ ହେବ। ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା-ନିିର୍ଦେଶକ ରାମ ଗୋପାଳ ବର୍ମା ଏହି ଚଳଚ୍ଚିତ୍ର ନିର୍ମାଣ କରିବାପାଇଁ ଘୋଷଣା କରିଛନ୍ତି। ସେ ରାଜକୁମାର ହିରାନୀଙ୍କ ନିର୍ମିତ ‘ସଞ୍ଜୁ’ ଚଳଚ୍ଚିତ୍ରରେ ସନ୍ତୁଷ୍ଟ ନ ଥିବା କହିଛନ୍ତି।
ରାମ ଗୋପାଳ ବର୍ମାଙ୍କ କହିବା ଅନୁସାରେ ରାଜକୁମାର ହିରାନୀଙ୍କ ନିର୍ଦେଶନାରେ ନିର୍ମିତ ହୋଇଥିବା ‘ସଞ୍ଜୁ’ ଚଳଚ୍ଚିତ୍ରରେ ସଞ୍ଜୟ ଦତ୍ତଙ୍କ ଜୀବନରେ ଘଟିଥିବା ସମସ୍ତ ଘଟଣାକୁ ପ୍ରଦର୍ଶନ କରାଯାଇ ନାହିଁ। ତେଣୁ ସେ କହିଛନ୍ତି ତାଙ୍କ ନିର୍ମିତ ଚଳଚ୍ଚିତ୍ରରେ ମୂଖ୍ୟତଃ ସଞ୍ଜୟ ଦତ୍ତ ‘ଏକେ-୫୬’ ବନ୍ଧୁକ ରଖିଥିବା ଘଟଣା ଉପରେ କାହାଣୀର ନଜର ରହିବ, ଯାହା ‘ସଞ୍ଜୁ’ ଚଳଚ୍ଚିତ୍ରରେ ଦେଖାଯାଇନାହିଁ।
ଏବେ ସେ ସଞ୍ଜୟ ଦତ୍ତଙ୍କ ଏହି ମାମଲାକୁ ତଦନ୍ତ କରୁଥିବା ପୁଲିସ ଅଧିକାରୀମାନଙ୍କୁ ଦେଖାକରଛନ୍ତି। ଏହା ସହ ସଞ୍ଜୟ ଦତ୍ତଙ୍କ ବନ୍ଧୁମାନଙ୍କ ସହ ମଧ୍ୟ ଦେଖାକରି ସମ୍ପୂର୍ଣ୍ଣ ତଥ୍ୟ ନେଉଥିବା ଜଣାପଡିଛି। ଏହା ପୂର୍ବରୁ ସଞ୍ଜୟ ଦତ୍ତ ଏବଂ ରାମ ଗୋପାଳ ବର୍ମା ଦୁଇଟି ବଲିଉଡ ଚଳଚ୍ଚିତ୍ର ‘ଦୌଡ’ ଏବଂ ‘ଡିପାର୍ଟମେଣ୍ଟ’ରେ ଏକାଠି କାମ କରିିଥିଲେ।

Leave A Reply