ସଂସଦୀୟ ନିର୍ବାଚନର ସଫଳ ପରିଚାଳନା ପାଇଁ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ତାଙ୍କ ଶ୍ରୀଲଙ୍କା ପ୍ରତିପକ୍ଷ ମହିନ୍ଦା ରାଜପକ୍ଷଙ୍କ ସହ କଥା ହୋଇ ସଂସଦ ନିର୍ବାଚନର ସଫଳ ପରିଚାଳନା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କୋଭିଡ -୧୯ ମହାମାରୀର ପ୍ରତିବନ୍ଧକ ସତ୍ୱେ ନିର୍ବାଚନକୁ ସଫଳତାର ସହ ପରିଚାଳନା କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀଲଙ୍କାର ସରକାର ଏବଂ ନିର୍ବାଚନ ଅନୁଷ୍ଠାନକୁ ପ୍ରଶଂସା କରିଛନ୍ତି। ନିର୍ବାଚନରେ ଉତ୍ସାହର ସହ ଅଂଶଗ୍ରହଣ କରିଥିବାରୁ ସେ ଶ୍ରୀଲଙ୍କା ବାସୀଙ୍କୁ ପ୍ରଶଂସା କରିବା ସହ ଏହା ଉଭୟ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରତିଫଳିତ କରିଛି ବୋଲି କହିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ ନିର୍ବାଚନର ଆସୁଥିବା ଫଳାଫଳ ଶ୍ରୀଲଙ୍କା ପୋଡୁଜାନା ପେରୁମୁନା ଦଳର ଏକ ପ୍ରଭାବଶାଳୀ ନିର୍ବାଚନୀ ପ୍ରଦର୍ଶନକୁ ସୂଚିତ କରୁଛି ଏବଂ ଏହି ପରିପ୍ରେକ୍ଷୀରେ ଶ୍ରୀ ରାଜପକ୍ସାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

ସେମାନଙ୍କର ଆନ୍ତରିକ ଏବଂ ପୂର୍ବ ଫଳପ୍ରଦ ପାରସ୍ପରିକ ସମ୍ପର୍କକୁ ମନେ ପକାଇ ଦୁଇ ନେତା ପୁରୁଣା ତଥା ବହୁମୁଖୀ ଭାରତ-ଶ୍ରୀଲଙ୍କା ସମ୍ପର୍କକୁ ଦୃଢ କରିବା ପାଇଁ ସେମାନଙ୍କର ସହଭାଗୀ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଦ୍ୱିପାକ୍ଷିକ ସହଯୋଗର ସମସ୍ତ କ୍ଷେତ୍ରରେ ପ୍ରାରମ୍ଭିକ ପ୍ରଗତିର ମହତ୍ତ୍ୱ ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ।

Comments are closed.