ଷ୍ଟେନ୍‌, ମ୍ୟାକ୍‌କଲମ ଅଲୋଡ଼ା

0


ଜୟପୁର : ଆଗାମୀ ଆଇପିଏଲ ପାଇଁ ମଙ୍ଗଳବାର ରାଜସ୍ଥାନର ରାଜଧାନୀ ଜୟପୁରରେ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହୋଇଛି। ୩୪୬ ଜଣ ଖେଳାଳିଙ୍କ ତାଲିକାରୁ ୭୦ ଜଣଙ୍କୁ କିଣିବାକୁ ଆଠଟି ଫ୍ରାଞ୍ଚାଇଜିଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଥିଲା। ତେବେ ନାମୀ ଦାମୀ ଖେଳାଳିଙ୍କ ମଧ୍ୟରୁ ଏଥର ଅଧିକାଂଶ ଅଲୋଡା ରହିଯାଇଛନ୍ତି। ଏମାନଙ୍କ ମଧ୍ୟରେ ନ୍ୟୁଜିଲାଣ୍ଡର ବ୍ରେଣ୍ଡନ ମ୍ୟାକ୍‌କଲମ, ଦକ୍ଷିଣ ଆଫ୍ରିକାର ଡେଲ୍‌ ଷ୍ଟେନ, ମର୍ନି ମର୍କେଲ, ହାସିମ ଆମଲା, କୋରେ ଆଣ୍ଡରସନ, ଇଂଲଣ୍ଡର କ୍ରିସ୍‌ ୱୋକ୍‌ସ ଓ ବାଂଲାଦେଶର ମୁସ୍‌ଫିକର ରହିମ ଅନ୍ୟତମ।
ପ୍ରଥମ ଆଇପିଏଲର ପ୍ରଥମ ମ୍ୟାଚ୍‌ରେ ମ୍ୟାକ୍‌କଲମ ୧୫୮ ରନ୍ କରି ପ୍ରଥମ ଆଇପିଏଲ ଶତକ ହାସଲକାରୀଭାବେ ମାନ୍ୟତା ପାଇଥିଲେ। ପରବର୍ତ୍ତୀ ସିଜିନରେ ମ୍ୟାକ୍‌କଲମଙ୍କ ବ୍ୟାଟରୁ ଏକାଧିକ ବିସ୍ଫୋରକ ଇନିଂସ ଦେଖିବାକୁ ମିଳିଥିଲେ ସୁଦ୍ଧା ଚଳିତ ସିଜିନରେ ସେ ମୂଲ୍ୟହୀନ ହୋଇପଡିଛନ୍ତି। ଦିନ ଥିଲା ଫାଷ୍ଟ ବୋଲରଭାବେ ଡେଲ୍‌ ଷ୍ଟେନ କ୍ରିକେଟ ଦୁନିଆରେ ଚହଳ ସୃଷ୍ଟି କରିଥିଲେ। ପ୍ରଥମେ ଡେକାନ ଚାର୍ଜର୍ସ, ପରେ ସନରାଇଜର୍ସ ଓ ଗୁଜରାଟ ଲାୟନ୍ସକୁ ପ୍ରତିନିଧିତ୍ବ କରିଥିବା ଷ୍ଟେନ୍‌ ୨୦୧୮ ଭଳି ଏଥର ମଧ୍ୟ ନିଲାମ ପ୍ରକ୍ରିୟାରେ ଅଲୋଡା ରହିଯାଇଛନ୍ତି। ମଙ୍ଗଳବାର ନିଲାମ ସମୟରେ ଷ୍ଟେନଙ୍କ ନାମ ଦୁଇ ଥର ଚର୍ଚ୍ଚାକୁ ଆସିଥିଲେ ସୁଦ୍ଧା ତାଙ୍କୁ କିଣିବାକୁ କୌଣସି ଫ୍ରାଞ୍ଚାଇଜି ଆଗ୍ରହ ପ୍ରକାଶ କରିନଥିଲେ। ଅପରପକ୍ଷରେ ଆଲେକ୍ସ ହେଲ୍‌ସ, ସନ୍‌ ମାର୍ଶ ଓ ଆଞ୍ଜେଲୋ ମାଥ୍ୟୁସଙ୍କ ଭଳି ଖେଳାଳି ଏବର୍ଷ ନିଲାମରେ ଅଲୋଡା ରହିଛନ୍ତି।

ନିଲାମରେ ୧୫ ସବୁଠାରୁ ଦାମୀ ଖେଳାଳି


ଜୟଦେବ ଉନାଦ୍‌କତ –    ୮.୪ କୋଟି – ରାଜସ୍ଥାନ
ବରୁଣ ଚକ୍ରବର୍ତ୍ତୀ – ୮.୪ କୋଟି – ପଞ୍ଜାବ
ସାମ କରନ୍ – ୭.୨ କୋଟି – ପଞ୍ଜାବ
କଲିନ୍‌ ଇନ୍‌ଗ୍ରାମ – ୬.୪ କୋଟି – ଦିଲ୍ଲୀ
କା​‌େ​‌ର୍ଲାସ ବ୍ରାଥୱେଟ୍ – ୫ କୋଟି – କଲକାତା
ଅକ୍ଷର ପଟେଲ – ୫ କୋଟି -ଦିଲ୍ଲୀ
ମୋହିତ ଶର୍ମା – ୫ କୋଟି – ଚେନ୍ନଇ
ଶିବମ୍‌ ଦୁବେ – ୫ କୋଟି – ବାଙ୍ଗାଲୋର
ମହମ୍ମଦ ସାମି – ୪.୮ କୋଟି – ପଞ୍ଜାବ
ପ୍ରଭସିମ୍ରନ ସିଂହ – ୪.୮ କୋଟି – ପଞ୍ଜାବ
ସିମରନ୍ ହେତମାୟାର –    ୪.୨ କୋଟି – ବାଙ୍ଗାଲୋର
ନିକୋଲାସ ପୂରନ୍‌ – ୪.୨ କୋଟି – ପଞ୍ଜାବ
ଅକ୍ଷଦୀପ ନାଥ୍‌ – ୩.୬ କୋଟି – ବାଙ୍ଗାଲୋର
ବରିନ୍ଦର ସ୍ରାନ୍‌ – ୩.୪ କୋଟି  -ମୁମ୍ବଇ
ବରୁଣ ଆରୋନ୍‌ –    ୨.୪ କୋଟି – ରାଜସ୍ଥାନ

Leave A Reply