ଷ୍ଟାଲିନ୍‍ଙ୍କୁ ନେତା ମାନିବାରେ ଅସୁବିଧା ନାହିଁ: ଆଲାଗିରି

0

ମଦୁରାଇ: ଡିଏମକେ ସୁପ୍ରିମୋ ଏମ୍‍ ଷ୍ଟାଲିନ୍‍ଙ୍କୁ ନେତା ମାନିବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ଡିଏମ୍‍କେରୁ ବହିଷ୍କୃତ ନେତା ତଥା ଷ୍ଟାଲିନ୍‍ଙ୍କ ବଡ଼ ଭାଇ ଏମ କେ ଆଲାଗିରି। ଏଥିସହିତ ସେ ଦଳକୁ ପୁଣି ଥରେ ଫେରିବା ପାଇଁ ଆଶା ବ୍ୟକ୍ତ କରିଛନ୍ତି।
ଗୁରୁବାର ଆଲାଗିରି କହିଛନ୍ତି ଯେ ସେ ଡିଏମ୍‍କେକୁ ଫେରିବା ପାଇଁ ପ୍ରସ୍ତୁତ ଅଛନ୍ତି। ଯଦି ତାଙ୍କୁ ଦଳକୁ ଫେରାଇ ନିଆଯାଏ ତେବେ ସେ ସାନ ଭାଇ ଷ୍ଟାଲିନ୍‍ଙ୍କୁ ନେତା ଭାବେ ଗ୍ରହଣ କରିବେ। ସାଧାରଣ ପରିଷଦକୁ ସର୍ବେସର୍ବା ବୋଲି ଡିଏମକେ ଭାବିବା ଅନୁଚିତ ବୋଲି ସେ କହିଛନ୍ତି। ଏଥିସହିତ ଦିବଂଗତ ଡିଏମ୍‍କେ ନେତା ତଥା ପୂର୍ବତନ ପାର୍ଟି ସୁପ୍ରିମୋ ଏମ୍‍ କରୁଣାନିଧିଙ୍କ ସମାଧିସ୍ଥଳ ମାରିନା ବିଚ୍‍ରେ ସେପ୍ଟେମ୍ବର ୫ରେ ପ୍ରସ୍ତାବିତ ଶାନ୍ତି ପଦଯାତ୍ରା ଅନୁଷ୍ଠିତ ହେବ ବୋଲି ଆଲାଗିରି କହିଛନ୍ତି।

Leave A Reply