ସୋମବାରରେ ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ୪୦ହଜାର କାଉଡିଆ

0

ଆରଡି: ବିରଜା ପଞ୍ଚିକା ଅନୁଯାୟୀ ରାଜ୍ୟର ଅନ୍ୟତମ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଆରମ୍ଭ ହୋଇଛି ଶ୍ରାବଣୀ ଜଳାଭିଷେକ ବ୍ରତ। ଏହି ପବିତ୍ର ମାସରେ ମହାଦେବଙ୍କ ପାଖରେ ଜଳଲାଗି କଲେ ଯେତିକି ପୂର୍ଣ୍ଣ ମିଳିଥାଏ ବର୍ଷସାରା ଜଳଲାଗି କଲେ ସେତିକି ପୂର୍ଣ୍ଣ ମିଳିଥାଏ ବୋଲି ଭକ୍ତଙ୍କ ମନରେ ବିଶ୍ୱାସ ରହିଛି। ସୋମବାରରେ ରାଜ୍ୟ ଓ ରାଜ୍ୟ ବାହାରୁ ୪୦ହଜାର କାଉଡିଆଭକ୍ତଙ୍କ ପୀଠରେ ଭିଡ ଜମିଥିଲା । ଅଗଣିତ କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ପୀଠରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ମନ୍ଦିର ସେବାୟତଙ୍କ ପକ୍ଷରୁ ଦୈନଦିନ ନୀତିକାନ୍ତି ସଅଳ କରାଯାଇଥିଲା। ତାହାସହ ଭକ୍ତମାନଙ୍କ ଜଳଲାଗି ପାଇଁ ମନ୍ଦିର ଦ୍ୱାର ଗୁଡିକୁ ରବିବାର ଅପରାହ୍ଣ ଠାରୁ ସୋମବାର ସଂଧ୍ୟା ପ୍ରର୍ଯ୍ୟନ୍ତ ସାହଣ ମେଲା କରଯାଇଥିଲା। କାଉଡିଆମାନେ ରବିବାର ଠାରୁ ଜଳଲାଗି କରିବା ସହ ମଣିବାବାଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ। ଚଳିତ ସୋମବାରରେ ମହିଳା କାଉଡିଆଭକ୍ତଙ୍କ ଭିଡ ଅଧିକ ପରିଲିକ୍ଷିତ ହୋଇଥିଲା।

ଚଳିତବର୍ଷ ପୀଠରେ ଲକ୍ଷାଧିକ କାଉଡିଆଭକ୍ତଙ୍କ ଭିଡକୁ ଦୃଷ୍ଟିରେ ପ୍ରତିବର୍ଷ ଭଳି ଚଳିତବର୍ଷ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁବ୍ୟବସ୍ଥା  ନିମନ୍ତେ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ କରାଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କର କେତେକ ଖାମଖିଆଲି ନୀତି ଯୋଗୁଁ କାଉଡିଆମାନଙ୍କୁ ନାନା ଅସୁବିଧାରେ ସମୁଖିନ୍ନ ହେବାକୁ ପଡିଥିଲା । ଯାହାଫଳରେ ଶ୍ରାବଣୀଯାତ୍ରା ପ୍ରାରମ୍ଭରୁ ଦେଖାଦେଇଥିଲା ନାନା ପ୍ରକାରର ବିଭ୍ରାଟ। ବିଶେଷକରି ଶ୍ରାବଣୀ ମନ୍ଦିର ସଂକିର୍ନତା ଯୋଗୁଁ ଜଳଲାଗି ପାଇଁ ଆସିଥିବା ଆଗନ୍ତୁକ  କାଉଡିଆ ଭକ୍ତ ରବିବାର ସଂଧ୍ୟା ଠାରୁ ଧାଡି ବାନ୍ଧିଥିଲେ ମଧ୍ୟ ବିଳମ୍ବ ଯୋଗୁ ଧର୍ଯ୍ୟହରା ହୋଇ ଏଣେତେଣେ ଜଳଲାଗି କରିବା ସହ ମନ୍ଦିର ମଧ୍ୟକୁ ଯିବା ପାଇଁ ବିଭିନ୍ନ ଦ୍ୱାରା ସମୁଖରେ ଠେଲାପେଲା ଲାଗି ରହିଥିଲା କାଉଡିଆମାନଙ୍କର । ଏପରି ସ୍ଥିତିକୁ ନିୟନ୍ତ୍ରଣ କରିବା ପୁଲିସକୁ ମଧ୍ୟ ନାକେଦମ୍ ହେବାକୁ ପଡିଥିଲା। ଏଥିସହ ହଜାର-ହଜାର କାଉଡିଆ ମନ୍ଦିର ପାଚେରୀରେ ଜଳଲାଗି କରିବା ସହ ନଡିଆ ବାଡେଇବା ଫଳରେ ପାଚେରୀର ପୂର୍ବ ପାର୍ଶ୍ବ କାନ୍ଥରେ ଫାଟ ସୃଷ୍ଟି ହେବା ସହ ଅନେକ ସ୍ଥାନ ଭାଙ୍ଗିରୁଜି ଯାଇଛି। ସେହିପରି ଶିବଗଙ୍ଗା ପୂହ୍କରିଣୀ କୂଳରେ ଥିବା ବାସୁଆବଳଦ ଉପରେ କେତେକ କାଉଡିଆ ଜଳଲାଗି କରିବା ନଡିଆ ବାଡେଇବାରୁ ଅନେକ ସ୍ଥାନ ଭାଙ୍ଗିରୁଜି ଯାଇଛି। ସବୁଠାରୁ ବଡକଥା ହେଲା ପୀଠରେ ୪୦ହଜାର କାଉଡିଆଭକ୍ତଙ୍କ ସମାଗମ ହୋଇଥିବା ବେଳେ ମନ୍ଦିର ପ୍ରଶାସନ ପକ୍ଷରୁ ୧୮/୧୯ ହଜାର ଟିକେଟ ଅସୁଲ ହୋଇଛି। ଗତ ରବିବାର ଘନଘନ ବିଦ୍ୟୁତକାଟ ଯୋଗୁ ଘଣ୍ଟାଘଣ୍ଟା ଧରି ପୀଠ ଅନ୍ଧକାର ହେବା ସହ ପାନୀୟଜଳରେ ସମସ୍ୟା ଦେଖା ଦେଇଥିଲା। ଯାହାକୁ ନେଇ କିଛି ସମୟ ଧରି ସ୍ଥାନୀୟ ଲୋକଙ୍କ ସମେତ ଆଗନ୍ତୁକ କାଉଡିଆମାନଙ୍କ ପକ୍ଷରୁ ତିବ୍ର ଅସନ୍ତୋଷ  ଦେଖା ଦେଇଥିଲା। ଆଗନ୍ତୁକ କାଉଡିଆଙ୍କ କହିବା ଅନୁଯାୟୀ ଆମେ ବହୁ ଦୂରଦୂରାନ୍ତରରୁ ଜଳଭାର ନେଇ ଆସୁଥିଲେ ମଧ୍ୟ ମନ୍ଦିର ପ୍ରଶାସନ କିମ୍ବା ଜିଲା ପ୍ରଶାସନ ପକ୍ଷରୁ କୈାଣସି ସୁବ୍ୟବସ୍ଥା ନଥିବାରୁ ନାନା ହରକତ ହେବାକୁ ପଡୁଛି। ତାହାସହ ଜଳଲାଗି ନିମନ୍ତେ ଆବଶ୍ୟକତା ଅନୁଯାୟୀ ସୁବିଧା ନଥିବାରୁ ଦୀର୍ଘ ୩/୪ଘଣ୍ଟା ଧାଡିରେ ଛିଡା ହେବାକୁ ପଡୁଛି।

ପୀଠରେ ଶାନ୍ତିଶୃଙ୍ଖଳା ନିମନ୍ତେ ଧାମନଗର ଏସଡିପିଓ ମନୋରଞନ ସାମଲଙ୍କ ସହ ୪ଜଣ ଏସଡିପିଓ, ୧୦ଜଣ ଇନସିପେକ୍ଟର, ୫୪ଜଣ ଏସଆଇ, ୫ପ୍ଲାଟୁନ ଫୋର୍ସ,   ପୁରୁଷ ଓ ମହିଳା କନେଷ୍ଟବଳ, ହୋମଗାର୍ଡ ଆଦି ନିୟୋଜିତ ଥିବା ବେଳେ ନଦୀଘାଟରେ ଅଗ୍ନିଶମ ବିଭାଗ ନିୟୋଜିତ ରହିଥିଲା। ସେହିପରି ଭଦ୍ରକ ଠାରୁ ଅନ୍ନପାଳ, ଅସୁରାଳି ଠାରୁ କୋଠାର, ଧୁଷୁରୀ ଠାରୁ ଆରଡିପୀଠ ପ୍ରର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥା କରଯାଇଥିବା ବେଳେ ମଠଡିହ ଠାରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଥିଲା। ତାହାସହ ମୋବାଇଲ ପେଟ୍ରୋଲିଂ ସହ ପୋଷାକଧାରୀ ପୁଲିସ କଡା ନଜର ରଖିଥିଲେ। ପୁଲିସ ପକ୍ଷରୁ ପୀଠରେ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ମନ୍ଦିର ଭିତରେ ଆରଡି ଫାଣ୍ଡିାଧିକାରୀ ବ୍ରଜକିଶୋର ଦାସ ଦିନତମାମ ରହି ଦିଅଁଙ୍କର ସମସ୍ତ ନୀତିକାନ୍ତି ସହ ଭକ୍ତଙ୍କ ଜଳଲାଗି ନିମନ୍ତେ ସୁପରିଚାଳନା କରିଥିଲେ।

Leave A Reply