ଶାହାବୁଦ୍ଦିନଙ୍କ ଦଣ୍ଡ କୋହଳ ପାଇଁ ମନା କଲେ ସୁପ୍ରିମକୋର୍ଟ

0

ନୂଆଦିଲ୍ଳୀ: ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ଆରଜେଡି ସାଂସଦ ଶାହାବୁଦ୍ଦିନ ଓ ଅନ୍ୟ ତିନି ଦୋଷୀଙ୍କ ଆଜୀବନ ଦଣ୍ଡାଦେଶକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି।
ବିହାର ନିବାସୀ ଦୁଇ ଭାଇ ସତୀଶ ଓ ଗିରୀଶ ରୋଶନ୍‍ଙ୍କୁ ଉପରୋକ୍ତ ଚାରି ଜଣ ହତ୍ୟା କରିଥିଲେ। ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ତୃତୀୟ ଭାଇ ରାଜୀବ ରୋଶନ୍‍ଙ୍କୁ ମଧ୍ୟ ଶାହାବୁଦ୍ଦିନ୍‍ ଓ ତାଙ୍କ ସହଯୋଗୀମାନେ ୨୦୧୪ରେ ହତ୍ୟା କରିଥିଲେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ବିଚାରପତି ଏସ୍‍ କେ କୌଲ ଓ ବିଚାରପତି କେ ଏମ୍‍ଜୋଶେଫ୍‍ଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଉପରୋକ୍ତ ମାମଲାର ଶୁଣାଣି କରି ୨୦୧୫, ଡିସେମ୍ବର ୯ ତାରିଖରେ ସ୍ୱତନ୍ତ୍ର କୋର୍ଟ ଦେଇଥିବା ଦଣ୍ଡାଦେଶକୁ କାଏମ ରଖିଛନ୍ତି।

Leave A Reply