ଶସ୍ତା ହେବ ଟ୍ରେନ୍‍ ଯାତ୍ରା

0

ନୂଆଦିଲ୍ଲୀ: ପ୍ରାୟ ୪୦ଟି ପ୍ରିମିୟମ୍‍ ଟ୍ରେନ୍‍ର ଯାତ୍ରା ଭଡ଼ା ହ୍ରାସ ପାଇବ। ଅତିରିକ୍ତ ଆନୁଷଙ୍ଗିକ ସେବା ବାବଦରେ ଯାତ୍ରୀଙ୍କଠାରୁ ଆଦାୟ କରାଯାଉଥିବା ଦେୟ ହ୍ରାସ ମାଧ୍ୟମରେ ଟ୍ରେନ୍‍ ଟିକଟ ମୂଲ୍ୟ ହ୍ରାସ କରିବା ପାଇଁ ରେଳବାଇ ଯୋଜନା କରୁଛି। ବିମାନ ଯାତ୍ରା ଠାରୁ ପ୍ର୍ରିମିୟମ ଟ୍ରେନ୍‍ ଯାତ୍ରା ମହଙ୍ଗା ହୋଇଥିବାରୁ ଟ୍ରେନ୍‍ ଯାତ୍ରୀ ସଂଖ୍ୟା ହ୍ରାସ ପାଇଥିଲା। ତେଣୁ ଯାତ୍ରୀଙ୍କୁ ପୁଣି ଥରେ ଟ୍ରେନ୍‍ ଯାତ୍ରା ପ୍ରତି ଆକର୍ଷିିତ କରିବା ପାଇଁ ଡାଇନାମିକ୍‍ ପ୍ରାଇସିଂରେ ହ୍ରାସ କରିବାକୁ ରେଳବାଇ କର୍ତ୍ତୃପକ୍ଷ ଯୋଜନା କରୁଛନ୍ତି।
ପ୍ରିମିୟମ ଟ୍ରେନ୍‍ ବ୍ୟତୀତ ଅନ୍ୟ ୧୦୨ଟି ଏକ୍ସପ୍ରେସ୍‍ ଟ୍ରେନ୍‍ରେ ମଧ୍ୟ ଟିକେଟ୍‍ ଦର ୨୦%ରୁ ୫୦% ପର୍ଯ୍ୟନ୍ତ ହ୍ରାସ କରିବାକୁ ରେଳବାଇ ଯୋଜନା କରୁଛି। ଏହି ଯୋଜନା ଅନୁଯାୟୀ, ଟ୍ରେନ୍‍ ଯାତ୍ରା ନିର୍ଘଣ୍ଟର ୪ ଦିନ ପୂର୍ବରୁ ଯେଉଁମାନେ ଶେଷ ମୁହୂର୍ତ୍ତରେ ସ୍ପଟ୍‍ ବୁକିଂ କରିବେ ସେମାନଙ୍କୁ ଏହି ରିହାତି ମିଳିବ।

Leave A Reply