ଶକ୍ତି ସଂରକ୍ଷଣ ପାଇଁ କିସ୍‌ ପୁରସ୍କୃତ

0

ଭୁବନେଶ୍ୱର: ଶକ୍ତି ସଂରକ୍ଷଣ କ୍ଷେତ୍ରରେ ରାଜ୍ୟ ସରକାର କିସ୍‌କୁ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ପୁରସ୍କୃତ କରିଛନ୍ତି। ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ରାଜ୍ୟ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା କିସ୍‌କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଶକ୍ତି ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ରାଜ୍ୟ ନୋଡାଲ୍‌ ଏଜେନ୍‌ସୀ ପକ୍ଷରୁ ଶକ୍ତି ସଂରକ୍ଷଣର ବିଭିନ୍ନ ଦିଗକୁ ନେଇ ରାଜ୍ୟର ବିଭିନ୍ନ ଅନୁଷ୍ଠାନରେ ସର୍ବେକ୍ଷଣ କରାଯାଇଥିଲା। ଶକ୍ତି ସଂରକ୍ଷଣ କ୍ଷେତ୍ରରେ କେଉଁ କେଉଁ ଅନୁଷ୍ଠାନ କ’ଣ ପଦକ୍ଷେପ ନେଇ ଉଦାହରଣ ସୃଷ୍ଟି କରିଛନ୍ତି ତାକୁ ଭିତ୍ତିକରି ଏହି ପୁରସ୍କାର ପ୍ରଦାନ କରାଯାଇଛି। ବିଦ୍ୟୁତ୍ ଶକ୍ତି ଅପଚୟ ରୋକିବା, ଶକ୍ତି ସଂରକ୍ଷଣ, କମ୍‌ ଶକ୍ତି ବ୍ୟବହାରରେ ଅଧିକ ଉପଯୋଗିତା ପାଇଁ ଆବଶ୍ୟକ ବିଦ୍ୟୁତ୍ ଉପକରଣ ବ୍ୟବହାର କ୍ଷେତ୍ରରେ କିସ୍‌ ରାଜ୍ୟରେ ଶ୍ରେଷ୍ଠ ଅନୁଷ୍ଠାନ ରୂପେ ବିବେଚିତ ହୋଇଛି। ଏଥିରେ ସନ୍ତୋଷ ପ୍ରକାଶ କରି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି ଯେ ବିଦ୍ୟୁତ୍ ସଂରକ୍ଷଣ ଓ ଅପଚୟ ରୋକିବା ଦିଗରେ କିସ୍‌ ଓ କିଟ୍‌ରେ ଅନେକଗୁଡ଼ିଏ ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ ସମୟରେ ଶକ୍ତି ସଂରକ୍ଷଣ ଅପରିହାର୍ଯ୍ୟ ହୋଇପଡ଼ିଛି। ଏ ଦିଗରେ ସମସ୍ତେ ସଚେତନ ହେବା ଆବଶ୍ୟକ ରହିଛି ବୋଲି ଶ୍ରୀ ସାମନ୍ତ କହିଛନ୍ତି।

Leave A Reply