ଲ୍ୟାଣ୍ଡମାଇନ୍‍ ବିସ୍ଫୋରଣ, ଯବାନ ଓ ମହିଳା ଗୁରୁତର

0

ମାଲକାନଗିରି: କିଛିଦିନ ନିରବତା ପରେ ସୀମାନ୍ତରେ ପୁଣି ମାଓବାଦୀମାନେ ଛତିଶଗଡର ଜଙ୍ଗରଗୁଡା ଓ ନାରସପୁରମ୍‍ ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଛନ୍ତି। ବିସ୍ଫୋରଣରେ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ଏହି ଅଞ୍ଚଳରେ ସିଆରପିଏଫର ୨୨୩ ବାଟାଲିୟନ ଯବାନମାନେ କମ୍ବିଂ ଅପରେସନ କରୁଥିବା ବେଳେ ମାଓବାଦୀମାନେ ଯବାନଙ୍କୁ ଟାର୍ଗେଟ କରି ଶକ୍ତିଶାଳୀ ଆଇ.ଡି. ବିସ୍ଫୋରଣ କରିଥିଲେ। ଘଟଣାସ୍ଥଳରେ ଜଣେ ଯବାନ ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଥିଲା। ସେହିପରି ଦନ୍ତେୱାଡା ଜିଲାର ଅରନପୁର ଜଙ୍ଗଲରେ ମଧ୍ୟ ପୁଲିସକୁ ଟାର୍ଗେଟ କରି ଲଗାଯାଇଥିବା ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣ ହେବାରୁ ଜଣେ ଆଦିବାସୀ ମହିଳା ଗୁରୁତର ଆହତ ହୋଇଛନ୍ତି। ଯବାନମାନେ ମହିଳାଙ୍କୁ ଉଦ୍ଧାର କରି ଦନ୍ତେୱ।।ଡା ମୁଖ୍ୟ ଚିକିତ୍ସାଳୟରେ ଭତ୍ତ୍‍ିର୍ କରିଛନ୍ତି। ଆଗାମୀ ବିଧାନସଭା ନିର୍ବାଚନନକୁ ବର୍ଜନ କରିବା ଦାବି କରି ମାଓବାଦୀମାନେ ଦନ୍ତେୱାଡା ଜିଲାର ବାଚେଲି ଅଞ୍ଚଳରେ ୬ଟି ଗାଡି ପୋଡି ଦେଇଛନ୍ତି।

Leave A Reply