ସାରା ଦେଶରେ ନଅ ମିନିଟର ଅଦିନିଆ ଦୀପାବଳି

ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ଏକତାର ବାର୍ତ୍ତା ଦେଲେ ଓଡ଼ିଶାବାସୀ ଲିଭିଲା ବିଜୁଳିବତୀ: ଜଳିଲା ଦୀପ, ଟର୍ଚ୍ଚ, ମୋବାଇଲ୍ ଆଲୁଅ

ଭୁବନେଶ୍ବର (ବ୍ୟୁରୋ): ରାତି ୯ଟା । ଭୁବନେଶ୍ବର, କଟକ ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକମାନେ ପାଳିଛନ୍ତି ଅଦିନିଆ ଦୀପାବଳୀ । କରୋନା ଯୁଦ୍ଧରେ ଏକତାର ବାର୍ତ୍ତା ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ଗ୍ରହଣ କରି ବିଜୁଳିବତି ଲିଭାଇ ଦୀପ ଜଳାଇଛନ୍ତି ଓଡ଼ିଶାବାସୀ । ରାତି ୯ଟାରେ ୯ ମିନିଟ୍ ପାଇଁ ନିଜନିଜ ଘର ଦ୍ବାରରେ, ଛାତଉପରେ, ବିଭିନ୍ନ ଆପାର୍ଟମେଣ୍ଟର ବାଲକୋନୀରେ ଲୋକମାନେ ଦୀପ, ମହମବତୀ, ଟର୍ଚ୍ଚ ଜାଳି ଏକତାର ସନ୍ଦେଶ ଦେଇଛନ୍ତି । କରୋନା ଲଢ଼େଇରେ ସାରା ଦେଶବାସୀ ଏକାଠି ଠିଆ ହୋଇଛନ୍ତି । ତେବେ କେତେକ ସ୍ଥାନରେ ଦୀପ ସହ ଲୋକମାନେ ଘଣ୍ଟ ପିଟି ହୁଳହୁଳି ଦେଉଥିବା ମଧ୍ୟ ଦେଖାଯାଇଛି ।

ମହାମହିମ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଉପରାଷ୍ଟ୍ରପତି ଓ ତାଙ୍କ ପତ୍ନୀ

ସୁପରଷ୍ଟାର ରଜନୀକାନ୍ତ

କିରଣ ବେଦୀ

 

 

 

Comments are closed.