ରେଳ ଧାରଣା ପାରି ହେଉଥିବା ବେଳେ ଚାଲିଗଲା ଛାତ୍ରଙ୍କ ଜୀବନ

0

ବାରିପଦା: ଟ୍ରେନ ଧକ୍କାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣକ ହେଲେ ଏମ୍‌. କେ. ସି. ହାଇସ୍କୁଲ୍‌ରେ ଦଶମ ଶ୍ରେଣୀ ଛାତ୍ର ସାଗର । ଶୁକ୍ରବାର ସକାଳେ ସାଗର ଟିଉସନ ଯିବା ପାଇଁ ରେଳ ଧାରଣା ପାରି ହେଉଥିବା ବେଳେ ଏକ ଟ୍ରେନ ତାଙ୍କୁ ଧକ୍କା ଦେଇ ଚଢି ଯାଇଥିଲା। ଘଟଣାସ୍ଥଳରେ ହିଁ ସାଗରଙ୍କର ମୃତ୍ୟୁ ଘଟିଥିଲା। ବାରିପଦା ପୁଲିସ ଏବଂ ରେଳବାଇ ପୁଲିସ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌କୁ ପଠାଇଛନ୍ତି।

Leave A Reply