ରେଳଲାଇନରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ମୁରିବାହାଲ: ମୁରିବାହାଲରୁ ରହେନଭଟା ରେଳଷ୍ଟେସନ ମଧ୍ୟବର୍ତି ମାଳିଶିରାରୁ ଦେସିଲ ଗ୍ରାମ ଦେଇ ଯାଇଥିବା ରେଳ ଲାଇନରେ ଜଣେ ଯୁବକଙ୍କ ମୃତ ଦେହ ପଡ଼ିଥିବାର ଦେଖିବାକୁ ମିଳିଛି। ମୃତ ଯୁବକ ଜଣକ ମାଲିଶିରା ଗାଁର କୈଲାଶ ମହାନନ୍ଦଙ୍କ ପୁଅ ପ୍ରଭଞ୍ଜନ ମହାନନ୍ଦ(୨୨)। ସୂଚନା ମତେ ଜଣାଯାଏ ଯେ ଗତ କାଲି ସନ୍ଧ୍ୟାରୁ ପ୍ରଭଞ୍ଜନ କୁଆଡେ ଚାଲିଯାଇଥଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ। ଆଜି ସକାଳ ସମୟରେ ରେଲଲାଇନ କଡରେ ଜଣେ ଯୁବକଙ୍କ ମୃତ ଶରୀର ଦେଖିବାକୁ ମିଳିଥିଲା। ମୃତ ଯୁବକ ଜଣକ ପ୍ରଭଞ୍ଜନ ମହାନନ୍ଦ ବୋଲି ପରିବାର ଲୋକେ ଚିହ୍ନଟ କରିଥିଲେ। ଏହାପରେ ସ୍ଥାନୀୟ ଲୋକେ ଟିଟିଲାଗଡ ରେଳ ବିଭାଗ ଜିଆରପିକୁ ଖବର ଦେଇଥିଲେ। ଜିଆରପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ୨୮/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା ଓ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଶବ ବ୍ୟବଚ୍ଛେଦ ପରେ ପ୍ରଭଞ୍ଜନଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ଜିଆରପି ପୁଲିସ ଏସଆଇ ଅବନି ସାହୁ ସୂଚନା ଦେଇଛନ୍ତି।

Comments are closed.