ଗୋଛାଗୁଡ଼ା ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଲା ଅଟୋ, ୭ ଗୁରୁତର

ମୋହନା: ବେପାରୁଆ ଗାଡି ଚାଳନା ମହଙ୍ଗା ପଡ଼ିଲା। ଗୋଟିଏ ଅଟୋରେ ୧୮ଜଣ ଯାତ୍ରୀ ଯାଉଥିବା ବେଳେ ଏହା ଗୋଛାଗୁଡ଼ା ଘାଟିରେ ଭାରସାମ୍ୟ ହରାଇ ୧୫ ଫୁଟ ତଳକୁ ଓଲଟି ପଡିଥିଲା। ଏଥିରେ ୧୮ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଗୁରୁତରମାନଙ୍କର ମୁଣ୍ଡ, ଛାତି ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି।

ମୋହନା ବ୍ଲକ ଅନ୍ତର୍ଗତ ମେରାପଲ୍ଲୀ ପଞ୍ଚାୟତ ଅଧିନ ଗୋଚ୍ଛାଗୁଡା ଗ୍ରାମର ଅଟୋ ମାଲିକ ମହେନ୍ଦ୍ର ତନ୍ତୀ ନିଜର ଅଟୋ ଯୋଗେ ୧୮ଜଣ ଯାତ୍ରୀଙ୍କୁ ନେଇ ମେରାପଲ୍ଲୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଏବଂ ଲୁହାଗୁଡି ହାଟକୁ ଯାଉଥିଲେ। ଅଟୋଟି ଗୋଛାଗୁଡ଼ା ଘାଟିରେ ଭାରସାମ୍ୟ ହରାଇ ରାସ୍ତା ଠାରୁ ୧୫ ଫୁଟ ତଳକୁ ଓଲଟି ପଡି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଫଳରେ ସମସ୍ତ ଯାତ୍ରୀ ଆହତ ହୋଇଥିଲେ। ଗ୍ରାମବାସୀ ଓ ପୁଲିସଙ୍କ ସହଯୋଗରେ ସେମାନଙ୍କୁ ଚିକିତ୍ସା ପାଇଁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

Comments are closed.