ରାତି ୧୦ଟା ମୁଖ୍ୟ ଖବର

ବଡ଼ ଖବର :

# ୱାର୍ଲ୍ଡ ସ୍କିଲ୍ସ (ବିଶ୍ୱ ଦକ୍ଷତା) ଅନ୍ତର୍ଜାତୀୟ ପ୍ରତିଯୋଗିତା ଲାଗି ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ୪୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। “ଦକ୍ଷତା ଅଲିମ୍ପିକ୍ସ” ଭାବେ ପରିଚିତ ଏହି ପ୍ରତିଯୋଗିତା ରୁଷର କାଜାନ ଠାରେ ଆସନ୍ତା ୨୨ରୁ ୨୭ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଭାରତୀୟ ଦଳରେ ୩ ଜଣ ଓଡ଼ିଆ ପ୍ରତିଯୋଗୀଙ୍କୁ ସ୍ଥାନ ମିଳିଛି। 

#୨୦୨୨ ସୁଦ୍ଧା “ସମସ୍ତଙ୍କୁ ଆବାସ” ପ୍ରତିବଦ୍ଧତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ,
-ନୂଆ କାର୍ୟ୍ୟକାଳର ପ୍ରଥମ ପ୍ରଗତି ବୈଠକରେ ଓଡ଼ିଶା ସମେତ ୭ଟି ରାଜ୍ୟର ଭିତିଭୂମି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
# ରାଜ୍ୟ ବିଧାନସଭାରେ ୧ ଲକ୍ଷ ୪୬ ହଜାର ୬୧ କୋଟି ୯ ଲକ୍ଷ ୩୨ହଜାର ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ ଗୃହର ଅନୁମୋଦନ ଲାଭ କରିଛି।
# ରୁଷର ମସ୍କୋଠାରେ ଇସ୍ରୋ ବୈଷୟିକ ସହାୟକ ୟୁନିଟ (ଆଇଟିଏଲୟୁ) ଖୋଲିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି। ଆଇଟିଏଲୟୁରେ କର୍ମଚାରୀଙ୍କ ଦରମା, କାର୍ଯ୍ୟାଳୟ ଖର୍ଚ୍ଚ, ଭଡା ଓ କର ବାବଦରେ ବାର୍ଷିକ ପାଖାପାଖି ୧.୫୦ କୋଟି ଟଙ୍କା ବ୍ୟୟ ହେବ।

# ଉନ୍ନାଓ ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବିଧାୟକ କୁଲଦୀପ ସେନଗାର, ତାଙ୍କ ଭାଇ ମନୋଜ ସମେତ ୨୫ ଜଣଙ୍କ ବିରୋଧରେ ସିବିଆଇ ଆଜି ଲକ୍ଷ୍ନୌର ଦୁର୍ନୀତି ନିବାରଣ ଶାଖାରେ ମାମଲା ରୁଜୁ କରିଛି। ସେମାନଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ ଏବଂ ଅପରାଧିକ ଷଡଯନ୍ତ୍ର ଧାରାରେ ମାମଲା ରୁଜୁ କରାଯାଇଛି।

# କେନ୍ଦ୍ରୀୟ ତାଲିକାରେ ଅନ୍ୟାନ୍ୟ ପଛୁଆ ବର୍ଗ ମଧ୍ୟରେ ଉପବର୍ଗୀକରଣ ବିଷୟରେ ପରୀକ୍ଷଣ ଲାଗି ସମ୍ବିଧାନର ୩୪୦ ଧାରା ଅନ୍ତର୍ଗତ ଗଠିତ କମିଶନଙ୍କ କାର୍ଯ୍ୟକାଳକୁ ୬ ମାସ ପାଇଁ ବୃଦ୍ଧି କରିବା ନେଇ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି।

# ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି (ଏସପି) ସାଂସଦ ଆଜମ ଖାନଙ୍କ ପୁଅ ତଥା ବିଧାୟକ ଅବଦୁଲାଙ୍କୁ ରାମପୁର ପୁଲିସ ଆଜି ଗିରଫ କରିଛି। ଜୌହାର ବିଶ୍ୱବିଦ୍ୟାଳୟରେ ଚଢଉ ବେଳେ ସେ ସରକାରୀ କାର୍ୟ୍ୟରେ ବାଧା ସୃଷ୍ଟି କରିବା ନେଇ ବୋଲି ଅଭିଯୋଗ ହୋଇଛି।
# ଦେଶର ବିଭିନ୍ନ ଭାଗରେ ବର୍ଷା ଓ ବନ୍ୟା ଯୋଗୁଁ ସାଧାରଣ ଜୀବନ ଯାତ୍ରା ବ୍ୟାହତ 

ଆଞ୍ଚଳିକ :

ରାଜ୍ୟ  ବିଧାନସଭାରେ  ୧ ଲକ୍ଷ ୪୬ ହଜାର ୬୧ କୋଟି ୯ ଲକ୍ଷ ୩୨ହଜାର ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ ଗୃହର ଅନୁମୋଦନ ଲାଭ କରିଛି।

#  ରାଜ୍ୟରେ ୪୪୧ଟି ବାଳିକା ବିଦ୍ୟାଳୟରେ ଛାତ୍ରୀଙ୍କ ପାଇଁ ଶୌଚାଳୟ ନାହିଁ ।

#  ଆସନ୍ତା ଦୁଇ ତାରିଖରୁ ରାଜ୍ୟରେ ପ୍ରତି ପରିବାର ପିଛା ଦୁଇ ଲିଟର କିରାସିନ୍‍ ଦିଆଯିବ ବୋଲି ବିଧାନସଭାରେ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା।

# ୨୦୨୦ ମାର୍ଚ୍ଚ ସୁଦ୍ଧା ରାଜ୍ୟର ୧୯ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ସୁବିଧା ଉପଲବ୍ଧ ହେବ ଏବଂ ଅବଶିଷ୍ଟ ୧୧ଟି ଜିଲ୍ଲାରେ ଏହା ୨୦୨୧ ସୁଦ୍ଧା ଏହା କାର୍ଯ୍ୟକାରୀ ହେବ।

# ଲଗୁଚାପ ଜନିତ ବର୍ଷାରେ ବନ୍ୟା କ୍ଷୟକ୍ଷତିର ସମୀକ୍ଷା ପାଇଁ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି। 

# କଳାହାଣ୍ଡି ଜିଲ୍ଲା ସଦର ଥାନା ପୁଲିସ ମାଓବାଦୀଙ୍କୁ ସାହାଯ୍ୟ କରୁଥିବା ଜଣେ ମିଲିସିଆକୁ ଗିରଫ କରିଛି। ସଂପୃକ୍ତ ବ୍ୟକ୍ତି ଜଣକ ମାଓ ସାମଗ୍ରୀ ନେଇ ଯାଉଥିବା ସମୟରେ ପୁଲିସ ତାକୁ ଗିରଫ କରିଥିଲା। ତାଙ୍କ ଠାରୁ ଦେଶୀ ବନ୍ଧୁକ, ୨୦ଟି ଜିଲୋଟିନ୍‍, ୫ଟି ଇଲେକ୍‍ଟ୍ରିକ୍‍ ଡେଟୋନେଟର, ୯୫ ମିଟର ବିଦ୍ୟୁତ୍‍ ତାର, ୪୫ଟି ମାଓ ପ୍ରଚାର ପତ୍ର ଜବତ କରାଯାଇଛି।

# ବଲାଙ୍ଗୀର ଜିଲା ପୁଇଁନ୍ତଳା ବ୍ଲକ କନିଷ୍ଠ ଯନ୍ତ୍ରୀ (ଜେଇ) ସତ୍ୟ ନାରାୟଣ ତ୍ରିପାଠୀ ଲାଞ୍ଚ ନେବା ବେଳେ ଆଜି ଧରାପଡ଼ିଛନ୍ତି। ବ୍ଲକ କାର୍ୟ୍ୟାଳୟରେ ସେ ୧୦ ହଜାରଟଙ୍କା ଲାଞ୍ଚ ନେବା ସୟୟରେ ଧରାପଡ଼ିଥିବା ଜଣାପଡ଼ିଛି।

ଜାତୀୟ :

# ରୁଷର ମସ୍କୋଠାରେ ଇସ୍ରୋ ବୈଷୟିକ ସହାୟକ ୟୁନିଟ (ଆଇଟିଏଲୟୁ) ଖୋଲିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି।  ଆଇଟିଏଲୟୁରେ କର୍ମଚାରୀଙ୍କ ଦରମା, କାର୍ଯ୍ୟାଳୟ ଖର୍ଚ୍ଚ, ଭଡା ଓ କର ବାବଦରେ ବାର୍ଷିକ ପାଖାପାଖି ୧.୫୦ କୋଟି ଟଙ୍କା ବ୍ୟୟ ହେବ।

# ଉନାଓ ବଳାତ୍କାର ପୀଡ଼ିତାଙ୍କ ସଡ଼କ ଦୁର୍ଘଟଣା ମାମଲାରେ ବିଜେପି ବିଧାୟକ କୁଲଦୀପ୍ ସିଂ ସେନ୍ଗର୍ ଓ ଆଉ ୧୦ ଜଣଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗରେ ସିବିଆଇ ଏକ ମାମଲା ରୁଜ୍ଜୁ କରିଛି।

# ବରିଷ୍ଠ ବି.ଜେ.ପି. ନେତା ତଥା ସିରସି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଶ୍ୱେଶ୍ୱର ହେଗଡେ କଗେରି ସର୍ବସମ୍ମତିକ୍ରମେ କର୍ଣ୍ଣାଟକ ବିଧାନସଭା ବାଚସ୍ପତି ନିର୍ବାଚିତ ହୋଇଛନ୍ତି। ବାଚସ୍ପତି କେ. ରମେଶ କୁମାର ଇସ୍ତଫା ଦେବାପରେ ଏହି ପଦ ଖାଲିପଡ଼ିଥିଲା।

# କାଫେ କଫି ଡେ ଚେନ୍‍ର ପ୍ରତିଷ୍ଠାତା ବି.ଜି. ସିଦ୍ଧାର୍ଥଙ୍କ ମୃତଦେହର ସନ୍ଧାନ ମିଳିଛି। ସେ ନେତ୍ରାବତୀ ନଦୀ ପୋଲ ତଳୁ ନିଖୋଜ ହୋଇଯାଇଥିଲେ। ଉଲାଲ୍‍ଠାରୁ ତାଙ୍କର ମୃତୁଦେହକୁ ଉଦ୍ଧାର କରାଯାଇଛି।

# ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡ଼ନାବୀସଙ୍କ ଉପସ୍ଥିତିରେ ବୁଧବାର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ୨ ପୂର୍ବତନ ବିଧାୟକଙ୍କ ସମେତ ୩ ଜଣ ବରିଷ୍ଠ ନେତା ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି। 

# ଜାମ୍ମୁ କାଶ୍ମୀର କ୍ରିକେଟ ଆସୋସିଏସନ (ଜେକେସିଏ) ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ଆଜି ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରକୁ ଅବଦୁଲାଙ୍କୁ ଜେରା କରିଛି।
# ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି (ଏସପି) ସାଂସଦ ଆଜମ ଖାନଙ୍କ ପୁଅ ତଥା ବିଧାୟକ ଅବଦୁଲାଙ୍କୁ ରାମପୁର ପୁଲିସ ଆଜି ଗିରଫ କରିଛି। ଜୌହାର ବିଶ୍ୱବିଦ୍ୟାଳୟରେ ଚଢଉ ବେଳେ ସେ ସରକାରୀ କାର୍ୟ୍ୟରେ ବାଧା ସୃଷ୍ଟି କରିବା ନେଇ ବୋଲି ଅଭିଯୋଗ ହୋଇଛି।
# ଆହ୍ଲାବାଦ ହାଇକୋର୍ଟର ବିଚାରପତି ଏସଏନ ଶୁକ୍ଲାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋଗୋଇ ସିବିଆଇକୁ ଅନୁମତି ପ୍ରଦାନ କରିଛନ୍ତି। ଦେଶରେ ପ୍ରଥମ ଘଟଣା ଭାବେ ସିଜେଆଇ ଏଭଳି ଆଦେଶ ଦେଇଛନ୍ତି।
# ଜମ୍ମୁ-କାଶ୍ମୀରରେ ଶ୍ରୀଅମରନାଥ ଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଓ ସୁଚାରୁରୂପେ ଚାଲିଛି। ଏଥିପାଇଁ ବହୁମୁଖୀ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରୀଅମରନାଥଜୀ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ କୁହାଯାଇଛି, ଯାତ୍ରା ଆରମ୍ଭ ହେବାଠାରୁ ଏପର୍ୟ୍ୟନ୍ତ ୩ ଲକ୍ଷ ୩୧ ହଜାରରୁ ଊର୍ଦ୍ଧ୍ବ ତୀର୍ଥଯାତ୍ରୀ ଶିବଲିଙ୍ଗ ଦର୍ଶନ କରିସାରିଲେଣି ।

ଆନ୍ତର୍ଜାତୀୟ :

# ମିଳିତ ଜାତିସଂଘ ଓ ଆମେରିକାର ସମସ୍ତ କଟକଣାକୁ ବେଖାତିର କରି ଉତ୍ତର କୋରିଆ ବୁଧବାର ଦୁଇଟି ବାଲାଷ୍ଟିକ କ୍ଷେପଣାସ୍ତ୍ର ଏବଂ କେତେକ ଅଜ୍ଞାତ ଅସ୍ତ୍ରର ପରୀକ୍ଷା କରିଛି। 
# ପାକିସ୍ତାନର କ୍ୱେଟା ସହରସ୍ଥିତ ପୁଲିସ ଥାନା ନିକଟରେ ଗତ ରାତିରେ ଏକ ବୋମା ବିସ୍ଫୋରଣ ଘଟି ୫ ଜଣଙ୍କ ମୃତ୍ୟୁ ଘଟିଛି ଓ ୨୭ ଜଣ ଆହତ ହୋଇଛନ୍ତି।

# ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ୟ୍ୟାୟରେ ଗାମ୍ବିଆରେ ପହଞ୍ଚି ଛନ୍ତି ।

# ଆଫଗାନିସ୍ତାର ହେରାତ-କାନ୍ଦାହାର ରାଜମାର୍ଗରେ ଶାୱିଜ ନିକଟରେ ଆଜି ସକାଳେ ଏକ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଅନ୍ୟୁନ ୩୪ ଜଣଙ୍କ ମୃତ୍ୟୁ ଘଟିଛି ଓ ଅନେକ ଆହତ ହୋଇଛନ୍ତି।

Comments are closed.